ଶୁଭେଚ୍ଛା ଜଣାଇଲେ ମୋଦୀ: ପଂଜାବ ସରକାର ସହ କାର୍ଯ୍ୟ ଜାରି ରଖିବୁ

Advertisment
ଶୁଭେଚ୍ଛା ଜଣାଇଲେ ମୋଦୀ: ପଂଜାବ ସରକାର ସହ କାର୍ଯ୍ୟ ଜାରି ରଖିବୁ

Image Courtesy of India Today

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଂଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଶପଥ ନେବାପରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ଟ୍ବିଟ୍‌ କରି ମୋଦୀ ଚନ୍ନିଙ୍କୁ ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ର ସରକାର ପଂଜାବର ଲୋକମାନଙ୍କ ମଙ୍ଗଳ ପାଇଁ ପଂଜାବ ସରକାର ସହ କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି। ଗତକାଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଚନ୍ନିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ନୂଆ ଦାୟିତ୍ବ ପାଇଁ ରାହୁଲ ଚନ୍ନିଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ପଂଜାବର ଲୋକଙ୍କୁ ଦିଆଯାଇଥିବା‌ ପ୍ରତିଶ୍ରୁତି ପୂରଣ ହୋଇପାରିବ ବୋଲି ରାହୁଲ କହିଥିଲେ। ବହୁ ବାଦ ବିବାଦ ପରେ ଚନ୍ନି ପଂଜାବର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସିଦ୍ଧୁଙ୍କର ଅତି ଘନିଷ୍ଠ ଚନ୍ନି। ଅମ୍ବିକା ସୋନିଙ୍କୁ ମୁଖ୍ୟମନ୍ତ୍ରୀ ହେବାପାଇଁ ସୁଯୋଗ ଦିଆଯାଇଥିଲା। କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe