ନୂଆଦିଲ୍ଲୀ: ଐତିହାସିକ ମହାକାଶ ମିସନରୁ ପୃଥିବୀକୁ ପ୍ରତ୍ୟାବର୍ତ୍ତନ ପରେ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।
ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ପ୍ରଥମ ମହାକାଶଚାରୀ ରୂପେ ଆଇଏସଏସକୁ ଯାତ୍ରା କରିଥିବା ଗ୍ରୁପ୍ କ୍ୟାପ୍ଟେନ୍ ଶୁକ୍ଳାଙ୍କ ସଫଳତା ଦେଶର ମହାକାଶ ଅନ୍ୱେଷଣ ଯାତ୍ରାରେ ଏକ ନିର୍ଣ୍ଣାୟକ ମୁହୂର୍ତ୍ତ।
ଅଧିକ ପଢ଼ନ୍ତୁ: ଆଦିତ୍ୟଙ୍କ 'ଚଡ଼ି-ଗଞ୍ଜି ଗ୍ୟାଙ୍ଗ୍' କଟାକ୍ଷ: ବିରୋଧୀ କ୍ରୋଧିତ
ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଐତିହାସିକ ମହାକାଶ ମିସନରୁ ପୃଥିବୀକୁ ଫେରିବା ପରେ ସାରା ଦେଶବାସୀଙ୍କ ସହ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି।
I join the nation in welcoming Group Captain Shubhanshu Shukla as he returns to Earth from his historic mission to Space. As India’s first astronaut to have visited International Space Station, he has inspired a billion dreams through his dedication, courage and pioneering…
— Narendra Modi (@narendramodi) July 15, 2025
ଭାରତର ପ୍ରଥମ ମହାକାଶଚାରୀ ଭାବେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାତ୍ରା କରି ସେ ନିଜର ସମର୍ପଣ, ସାହସ ଏବଂ ଅଗ୍ରଣୀ ମନୋଭାବ ଦ୍ୱାରା କୋଟି କୋଟି ଲୋକଙ୍କ ସ୍ୱପ୍ନକୁ ଅନୁପ୍ରାଣିତ କରିଛନ୍ତି । ଆମର ନିଜସ୍ୱ ମାନବ ମହାକାଶ ଯାନ ଅଭିଯାନ- ଗଗନୟାନ ଦିଗରେ ଏହା ଆଉ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।
ଅଧିକ ପଢ଼ନ୍ତୁ: ହନି ଟ୍ରାପ୍ର ମାୟା: ୭୨ରୁ ଅଧିକ ସରକାରୀ ବାବୁ-ମନ୍ତ୍ରୀ ସାମିଲ
shubhanshu-shukla | pm-narendra-modi | ISS