ନୂଆଦିଲ୍ଲୀ: ଆସାମକୁ ପାକିସ୍ତାନକୁ ହସ୍ତାନ୍ତର କରିବା ପାଇଁ ସ୍ୱାଧୀନତା ପୂର୍ବରୁ କଂଗ୍ରେସ ଦଳ ଷଡ୍ଯନ୍ତ୍ର କରିଥିବା ଏବଂ ଆଜି ପର୍ଯ୍ୟନ୍ତ କଂଗ୍ରେସ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେଉଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଯୋଗ କରିବା ପରେ ରବିବାର କଂଗ୍ରେସ ଏହାର ଜବାବ ଦେଇଛି। ଶନିବାର ଗୁଆହାଟୀରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ସମାଲୋଚନା କରି ଅଭିଯୋଗ କରିଥିଲେ ଯେ, ଆସାମକୁ ପୂର୍ବ ପାକିସ୍ତାନର ଏକ ଅଂଶ କରିବା ପାଇଁ ମୁସଲିମ୍ ଲିଗ୍ ଓ ବ୍ରିଟିସଙ୍କ ସହ ହାତ ମିଳାଇବାକୁ ପ୍ରସ୍ତୁତ ହୋଇ କଂଗ୍ରେସ ପାପ କରିଛି। ଅନ୍ୟପକ୍ଷରେ କଂଗ୍ରେସ ଏହାର କଡ଼ା ଜବାବ ଦେଇ ଶାସକ ଦଳ କେବଳ ନିଜ ବିଫଳତା ଲୁଚାଇବାକୁ ବିରୋଧୀ ଦଳଙ୍କ ଉପରେ ଦୋଷ ଲଦୁଥିବା କହିଛି।
Asia Cup : ପୁଣି ହଟହଟା ହେଲେ ଏସିସି ମୁଖ୍ୟ ମୋହସିନ ନକଭି, ପୁରସ୍କାର ଗ୍ରହଣ କରିବାକୁ ମନାକଲା U-19 ଭାରତୀୟ ଦଳ
ବିରୋଧୀ ଦଳଙ୍କ ଉପରେ ସବୁ ଦୋଷ ଲଦାଯାଉଛି: ଖଡ଼ଗେ
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ମୁସଲିମ୍ ଲିଗ୍ ଓ ବ୍ରିଟିସମାନେ ମିଳିତ ଭାବରେ ବିଭାଜନ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଥିଲେ, ସେତେବେଳେ ଆସାମକୁ ଅବିଭକ୍ତ ବଙ୍ଗଳା କିମ୍ବା ପୂର୍ବ ପାକିସ୍ତାନର ଏକ ଅଂଶ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। କଂଗ୍ରେସ ଏହି ଷଡ୍ଯନ୍ତ୍ରର ଅଂଶ ଥିଲା ବୋଲି ସେ କହିଛନ୍ତି। ସ୍ୱାଧୀନତା ପରେ ଆସାମର ପ୍ରଥମ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଗୋପୀନାଥ ବୋର୍ଦୋଲୋଇଙ୍କ ନାମରେ ନାମିତ ବିମାନବନ୍ଦର ଉଦ୍ଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ମନ୍ତବ୍ୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆସାମକୁ ସୁରକ୍ଷା ଦେବା ପାଇଁ ବୋର୍ଦୋଲୋଇ କଂଗ୍ରେସକୁ ବିରୋଧ କରିଥିଲେ। କଂଗ୍ରେସ ଏବେ ଅନୁପ୍ରବେଶକାରୀଙ୍କୁ ଭୋଟ୍ ବ୍ୟାଙ୍କ ଭାବେ ବ୍ୟବହାର କରୁଥିବା ଉଲ୍ଲେଖ ପ୍ରଧାନମନ୍ତ୍ରୀ ଏହାର କଡ଼ା ସମାଲୋଚନା କରିଥିଲେ। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କୁ ଜବାବ ଦେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ପ୍ରଧାନମନ୍ତ୍ରୀ କିପରି ବିରୋଧୀ ଦଳକୁ ଦୋଷ ଦେଇପାରିବେ? କେନ୍ଦ୍ରରେ ବିଜେପି ସରକାର ରହିଛି ଏବଂ ଆସାମରେ ମଧ୍ୟ ତାଙ୍କ ନିଜସ୍ୱ ସରକାର ଅଛି। ଡବଲ ଇଞ୍ଜିନ ସରକାରରେ ବି ଯଦି ସେମାନେ ସୁରକ୍ଷା ଦେବାରେ ବିଫଳ ହୁଅନ୍ତି, ତେବେ ସେ କିପରି ବିରୋଧୀ ଦଳଗୁଡ଼ିକୁ ଦୋଷ ଦେଇପାରିବେ ବୋଲି ଖଡ଼ଗେ ପ୍ରଶ୍ନ କରିଛନ୍ତି। ଦେଶର ସ୍ୱାର୍ଥରେ ଆମେ ଯାହା ବି ଭଲ ତାହା କରିବୁ ବୋଲି ଖଡ଼ଗେ କହିଛନ୍ତି।
ବରିଷ୍ଠ କଂଗ୍ରେସ ନେତା ତଥା ଲୋକସଭା ସାଂସଦ ମାଣିକମ୍ ଟାଗୋର ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗର ପ୍ରତିବାଦ କରି ଏହାକୁ ଐତିହାସିକ ଭାବରେ ମିଥ୍ୟା ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ଟାଗୋର ଲେଖିଛନ୍ତି, ଆସାମକୁ ପାକିସ୍ତାନକୁ ହସ୍ତାନ୍ତର କରିବାର କୌଣସି ପ୍ରସ୍ତାବ ନ ଥିଲା। ଆସାମ ଏକ ହିନ୍ଦୁବହୁଳ ପ୍ରଦେଶ ଥିଲା ଏବଂ ବିଭାଜନ ଯୋଜନା ଅନୁଯାୟୀ ଏହାକୁ କେବେବି ପାକିସ୍ତାନ ପାଇଁ ନାମିତ କରାଯାଇ ନ ଥିଲା। କେବଳ ମୁସଲମାନବହୁଳ ଅଞ୍ଚଳ ଆସାମର ସିଲହଟ ଜିଲ୍ଲା ଉପରେ ପ୍ରଶ୍ନ ଉଠିଥିଲା ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/22/sfhshfbxbbvbv-2025-12-22-01-42-07.jpg)