ବାରଣାସୀରେ ପ୍ରଚାର କରିବେନି ମୋଦୀ:ଲୋକଙ୍କ ହାତରେ ସବୁ ଛାଡ଼ିଦେଲେ

Advertisment
ମମତା ବାନାର୍ଜୀ  ପଶ୍ଚିମ ବଙ୍ଗରେ ସବୁକିଛି ନଷ୍ଟ କରିବାକୁ ବାହାରିଛନ୍ତି  : ମୋଦି

ଲକ୍ଷ୍ନୌ : ଉତ୍ତରପ୍ରଦେଶର ବାରଣାସୀ ଆସନରେ ନିର୍ବାଚନ ଲଢ଼ୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆସନ୍ତା ମେ’ ୧୯ ତାରିଖରେ ‌ତଥା ଶେଷ ପର୍ଯ୍ୟାୟରେ ଏହି ଆସନରେ ଭୋଟ୍‌ ଗ୍ରହଣ ହେବ। ତେବେ ମେ’ ୧୭ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସରୁଥିବାବେଳେ ବିଭିନ୍ନ ଦଳ ପକ୍ଷରୁ ଏବେ ପ୍ରଚାର କାର୍ଯ୍ୟ ଜୋରଦାର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରରେ ରୢାଲି କରିଛନ୍ତି। କିନ୍ତୁ ମୋଦୀ ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେନି ବୋଲି ଆଜି ସୂଚନା ଦେଇଛନ୍ତି। ଏକ ଭିଡିଓ ମେସେଜ୍‌ ଦ୍ବାରା ମୋଦୀ ତାଙ୍କ ଲୋକସଭା ନିର୍ବାଚନମଣ୍ଡଳୀରେ ଭୋଟରମାନଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ବାରଣାସୀରେ ସେ ପ୍ରଚାର କରିବେନି। ‌ଭୋଟରମାନଙ୍କ ଉପରେ ତାଙ୍କର ଦୃଢ଼ ବିଶ୍ବାସ ଅଛି। ସେମାନେ ସବୁକିଛି ସଠିକ୍‌ ଭାବେ ତୁଲାଇ ପାରିବେ । ଗତ ଥର ବାରଣାସୀରେ ହୋଇଥିବା ରୋଡ୍‌ସୋରେ ଲୋକମାନେ ମୋଦୀଙ୍କୁ ଯାହା କହିଥିଲେ ସେସବୁ ତାଙ୍କର ମନେ ଅଛି। ଲୋକଙ୍କ କଥା ଉପରେ ମଧ୍ୟ ତାଙ୍କ ଦୃଢ଼ ବିଶ୍ବାସ ଅଛି। ତେଣୁ ସେ ସବୁକିଛି ଭୋଟରଙ୍କ ହାତରେ ଛାଡ଼ି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ଆଜି ସମସ୍ତଙ୍କୁ ଭୋଟ୍‌ ଦେବାପାଇଁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe