ମୋଦୀ ଦାନ କଲେଣି ୧୦୩ କୋଟି

Advertisment
ମୋଦୀ ଦାନ କଲେଣି ୧୦୩ କୋଟି

Image Courtesy of The New Indian Express

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ସୁଦ୍ଧା ୧୦୩ କୋଟି ଟଙ୍କା ଦାନ କରିଛନ୍ତି। ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀ ବ୍ୟକ୍ତିଗତ ଭାବେ ୨.୨୫ ଲକ୍ଷ ଟଙ୍କା ଦାନ କରି ‘ପିଏମ୍‌ କେୟାର୍ସ ଫଣ୍ଡ୍‌’ ଗଠନ କରିଥିଲେ। ଏହା ପରେ ପିଏମ୍‌ କେୟାର୍ସ ପାଣ୍ଠିର ଅର୍ଥ ବୃଦ୍ଧି ପାଇଛି। ଏହି ପାଣ୍ଠିର ଅର୍ଥ କରୋନା ମହାମାରୀ ସମୟରେ ଖର୍ଚ୍ଚ କରାଯିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ନିଲାମ ଓ ଅନ୍ୟାନ୍ୟ ସୂତ୍ରରୁ ସଂଗ୍ରହ ହୋଇଥିବା ଅର୍ଥ ପ୍ରଧାନମନ୍ତ୍ରୀ ଦାନ କରିଛନ୍ତି।

ଗତବର୍ଷ ପ୍ରଧାନମନ୍ତ୍ରୀ ନିଜ ସଞ୍ଚୟରୁ ୨୧ ଲକ୍ଷ ଟଙ୍କା  ପ୍ରୟାଗରାଜର ସଫେଇ ନିମ‌ନ୍ତେ ଦାନ କରିଥିଲେ। ସେହିଭଳି ପ୍ରଧାନମନ୍ତ୍ରୀ ବିଭିନ୍ନ ସୂତ୍ରରୁ ପୁରସ୍କାର ବାବଦରେ ପ୍ରାପ୍ତ ହୋଇଥିବା ମୋଟ ୧.୩ କୋଟି ଟଙ୍କା ଗଙ୍ଗା ସଫେଇ ପାଇଁ ଦାନ କରିଛନ୍ତି। ସେହିଭଳି ବିଭିନ୍ନ ନିଲାମରୁ ପ୍ରାପ୍ତ ହୋଇଥିବା‌ ୮.୩୫ କୋଟି ଟଙ୍କା ମଧ୍ୟ ଗଙ୍ଗା ସଫେଇ ପାଇଁ ପ୍ରଧାନମନ୍ତ୍ରୀ ଦାନ କରିଛନ୍ତି। ଏସବୁ ଅର୍ଥକୁ ମିଶାଇ ପ୍ରଧାନମନ୍ତ୍ରୀ ମୋଟ ୧୦୩ କୋଟି ଟଙ୍କା ଦାନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ଏହି ଅର୍ଥ ବାଳିକା ଶିକ୍ଷା ଏବଂ ଗଙ୍ଗା ସଫେଇ କାର୍ଯ୍ୟକ୍ରମ‌ ବାବଦରେ ଖର୍ଚ୍ଚ କରାଯିବ। ଅପରପକ୍ଷେ, ପିଏମ୍‌ କେୟାର୍ସ ପାଣ୍ଠିର ଆଇନଗତ ବୈଧତାକୁ କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ଦଳମାନେ ପ୍ରଶ୍ନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe