ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ବ୍ୟକ୍ତିଗତ ଆକାଉଣ୍ଟ୍ରୁ ୨୧ ଲକ୍ଷ ଟଙ୍କା କୁମ୍ଭମେଳାର ସଫେଇ କର୍ମଚାରୀଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଦେଇଛନ୍ତି। ପୂର୍ବରୁ ମଧ୍ୟ ମୋଦୀ ନିଜ ବ୍ୟକ୍ତିଗତ ଆକାଉଣ୍ଟ୍ରୁ କେତେକ ଜନମଙ୍ଗଳ କାର୍ଯ୍ୟପାଇଁ ପାଣ୍ଠି ଦେଇଛନ୍ତି। ନିକଟରେ ଦକ୍ଷିଣ କୋରିଆରେ ସିଓଲ ଶାନ୍ତି ପୁରସ୍କାର ପାଇବାପରେ ମୋଦୀ ଏ ବାବଦ ପୁରସ୍କାର ରାଶି ୧.୩ କୋଟି ଟଙ୍କା ନମାମି ଗଙ୍ଗା ପ୍ରକଳ୍ପ ପାଇଁ ପ୍ରଦାନ କରିଥିଲେ।
ବ୍ୟକ୍ତିଗତ ଆକାଉଣ୍ଟ୍ରୁ ୨୧ ଲକ୍ଷ ଟଙ୍କା ସଫେଇ କର୍ମଚାରୀଙ୍କୁ ଦେଲେ ମୋଦୀ
Advertisment
Follow Us