ହିମାଚଳରେ ମୋଦିଙ୍କ ନିର୍ବାଚନୀ ପ୍ରଚାର: କଂଗ୍ରେସକୁ ‘ହସ ପେଡ଼ି’ କହି ଗର୍ଜିଲେ

Advertisment
ଆମେରିକାର ଦାବି: ସୁରକ୍ଷା ବିନିମୟରେ ପାକିସ୍ତାନ ସହ ଶାନ୍ତି ଚାହାନ୍ତି ନାହିଁ ମୋଦି

ନୂଆଦିଲ୍ଲୀ: ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନର ଦିନ ପାଖେଇ ଆସୁଥିବା ବେଳେ ବିଜୟ ପାଇଁ ଦୁଇ ପ୍ରମୁଖ ଦଳ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଲଢ଼େଇ ତୀବ୍ର ରୂପ ନେବାରେ ଲାଗିଛି। ନିର୍ବାଚନୀ ପ୍ରଚାରରେ ଉଭୟ ଦଳ ପରସ୍ପର ଉପରକୁ କାଦୁଅ ଫିଙ୍ଗି ଚାଲିବା ସହ ରାଜ୍ୟ ଭୋଟରଙ୍କୁ ଆପଣେଇବା ଲାଗି କିଛି ନୂଆ ନୂଆ ପ୍ରତିଶ୍ରୁତି ମଧ୍ୟ ଦେଇ ଚାଲିଛନ୍ତି। ତେବେ ଏହି ପରିପ୍ରେକ୍ଷୀରେ କଂଗ୍ରେସ ଦୁର୍ନୀତି ନିବାରଣ ପାଇଁ ଦେଇଥିବା ଦୃଢ଼ ପ୍ରତିଶ୍ରୁତିକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡ଼ା ସମାଲୋଚନା କରି ହସରେ ଉଡ଼େଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କୁ ପରୋକ୍ଷରେ ଆକ୍ଷେପ କରି ସେ କହିଥିଲେ ଯେ ଯେଉଁ ଦଳର ଖୋଦ୍‌ ମୁଖ୍ୟମନ୍ତ୍ରୀ ଦୁର୍ନୀତି ଜାଲରେ ଫସିଛନ୍ତି ସେଠି ଦଳ ଦୁର୍ନୀତି ନିବାରଣର ପ୍ରତିଶ୍ରୁତି ଦେବା ହାସ୍ୟାସ୍ପଦ। ଏହି ମର୍ମରେ ସେ କଂଗ୍ରେସକୁ ‘ଲାଫିଂ କ୍ଲବ୍‌’ ବୋଲି ଟିପ୍ପଣୀ ଦେବାକୁ ମଧ୍ୟ ଭୁଲିନାହାନ୍ତି।

ମୋଦି ଆଜି ପ୍ରଥମ ଥର ଲାଗି ନିର୍ବାଚନୀ ପ୍ରଚାରରେ ହିମାଚଳ ପ୍ରଦେଶ ଗସ୍ତରେ ଯାଇ ରାଜ୍ୟର ୩ଟି ସ୍ଥାନରେ ଜନତାଙ୍କୁ ଉଦ୍‌ବୋଧନ ଦେଇଥିଲେ। କଙ୍ଗ୍ରା ଜିଲ୍ଲାର ରେହାନ୍‌ରେ ଏକ ଜନ ସମାବେଶରେ ମୋଦି କଂଗ୍ରେସକୁ ସମ୍ପୂର୍ଣ୍ଣ ଦୁର୍ନୀତିପୂର୍ଣ୍ଣ ବୋଲି ଚିତ୍ରଣ କରିବା ସହ ହିମାଚଳପ୍ରଦେଶ ପରି ଦେବଭୂମିରୁ ୫ ଦାନବଙ୍କୁ ହଟାଇବାକୁ ପଡ଼ିବ ବୋଲି କହିଛନ୍ତି। ସେହି ଦାନବମାନେ ହେଲେ ରାଜ୍ୟର ଖଣି ମାଫିଆ, ଜଙ୍ଗଲ ମାଫିଆ, ଟେଣ୍ଡର, ଟ୍ରାନ୍ସଫର ଏବଂ ଡ୍ରଗ୍ସ ମାଫିଆ। କେବଳ କଂଗ୍ରେସ ଶାସନ ପାଇଁ ଏହି ଦାନବମାନଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହି କଂଗ୍ରେସ ଦଳ ମହାତ୍ମା ଗାନ୍ଧୀ କିମ୍ବା ସ୍ୱାଧୀନତା ସଂଗ୍ରାମୀଙ୍କ ଦଳ ନହୋଇ ଦୁର୍ନୀତି, ବଂଶବାଦ ଏବଂ ଜାତୀବାଦ ରାଜନୀତିର ଦଳ ବୋଲି ମୋଦି କଟାକ୍ଷ କରିଛନ୍ତି। ସେହିପରି ଦେଶସେବା କରି ପ୍ରାଣବଳି ଦେଉଥିବା ସହିଦ ଯବାନମାନଙ୍କୁ କଂଗ୍ରେସ ଅସମ୍ମାନ କରି କଶ୍ମୀର ପାଇଁ ସ୍ୱାଧୀନତା ଦାବି କରିବା ଲଜ୍ଜାଜନକ ବୋଲି ମୋଦି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe