ବ୍ରିକ୍ସ୍‍ ଶିଖରରେ ବିଶ୍ୱ ଆତଙ୍କବାଦ ଉପରେ ଧ୍ୟାନ ଆକର୍ଷଣ କଲେ ମୋଦି

Advertisment
ବ୍ରିକ୍ସ୍‍ ଶିଖରରେ ବିଶ୍ୱ ଆତଙ୍କବାଦ ଉପରେ ଧ୍ୟାନ ଆକର୍ଷଣ କଲେ ମୋଦି

ଜୋହାନେସ୍‌ବର୍ଗ: ବହୁପାକ୍ଷିକ, ଆନ୍ତର୍ଜାତିକ ବାଣିଜ୍ୟ ଏବଂ ବିଶ୍ୱ ଶୃଙ୍ଖଳା ଆଧାରିତ ନିୟମ ପ୍ରତି ଭାରତର ପ୍ରତିବଦ୍ଧତା କଥାକୁ ପୁଣି ଥରେ ଗୁରୁତ୍ୱ ଦେଇ ଗୁରୁବାର ଦିନ ବ୍ରିକ୍‌ସ୍‌ ଶିଖରରେ କହିଛନ୍ତି।

ବିଶ୍ୱ ଆତଙ୍କବାଦ ସମସ୍ୟା ଉପରେ ମଧ୍ୟ ମୋଦି ଧ୍ୟାନ ଆକର୍ଷଣ କରି ଥିଲେ। ସେ କହିଥିଲେ କି ସେମାନଙ୍କ ଦେଶରୁ ଆତଙ୍କବାଦୀ କାର୍ଯ୍ୟ କଳାପ ପରିଚାଳନା କରା ଯାଉ ନାହିଁ ବୋଲି ରାଷ୍ଟ୍ରମାନେ ନିଶ୍ଚିତ ହେବା ଆବଶ୍ୟକ। କିନ୍ତୁ, ଏଲ୍‌ ଇ ଟି, ଜେ ଇ ଏମ୍‌, ତାଲିବାନ ଏବଂ ଇସ୍‌ଲାମିକ୍‌ ଷ୍ଟେଟ୍‌ ଟେରର୍‌ ଗ୍ରୁପ୍‌ ଆଦି ସଂଗଠନ ସବୁକୁ ନିର୍ଦ୍ଦିଷ୍ଟ ଭାବେ ଜୋହାନେସ୍‌ବର୍ଗ ଘୋଷଣାନାମାରେ ଉଲ୍ଲେଖ କରା ଯାଇ ନାହିଁ।

ଗତବର୍ଷ ବ୍ରିକ୍‌ସ୍‌ ଜିଆମେନ୍‌ ଘୋଷଣାନାମାରେ ଏହି ସଂଗଠନର ନାମ ଉଲ୍ଲେଖ କରାଯାଇଥିଲା। ୨୦୧୬ ବ୍ରିକ୍‌ସ୍‌ ଗୋଆ ଶିଖରରେ ଚୀନ୍‌ ଏହି ଆତଙ୍କ ଦଳଙ୍କ ନାମ ଉଲ୍ଲେଖକୁ ବ୍ଲକ୍‌ କରିଥିଲା।

ବ୍ରିକ୍‌ସ୍‌ ନେତାମାନଙ୍କ ରୁଦ୍ଧଦ୍ୱାର ବୈଠକରେ ମୋଦି ଭାରତର କଣ୍ଟ୍ରି ଷ୍ଟେଟ୍‌ମେଣ୍ଟ୍‌ ଉପସ୍ଥାନପନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe