ବାୟୁସେନାର ୩୦ ହଜାର କୋଟି ଟଙ୍କା ମୋଦୀ ଛଡ଼ାଇ ନେଇଛନ୍ତି

Advertisment
ବାୟୁସେନାର ୩୦ ହଜାର କୋଟି ଟଙ୍କା ମୋଦୀ ଛଡ଼ାଇ ନେଇଛନ୍ତି

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଦେଶକୁ ସୁରକ୍ଷା ଦେବା ପାଇଁ ସଜାଗ ଅଛନ୍ତି। ଏଥି ପାଇଁ ବାୟୁସେନା ଯବାନମାନେ ନିଜ ପ୍ରାଣବଳି ମଧ୍ୟ ଦେଇ ଚାଲିଛନ୍ତି। ଅଥଚ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାୟୁସେନାର ୩୦ ହଜାର କୋଟି ଟଙ୍କା ଛଡ଼ାଇ ନେଇଛନ୍ତି। ରାଞ୍ଚିଠାରେ ଏକ ଦଳୀୟ ସମାବେଶକୁ ସମ୍ବୋଧିତ କରିବା ଅବସରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏପରି ଅଭିଯୋଗ ଆଣି ମୋଦୀଙ୍କୁ ଘେରିଛନ୍ତି। ଦେଶର ସେନାବାହିନୀର ଆଧୁନିକୀକରଣର ଆବଶ୍ୟତା ଥିବା ବେଳେ ସେହି ଆଳରେ ମୋଦୀ ରାଫେଲ କିଣା ପାଇଁ ବାୟୁସେନାର ୩୦ ହଜାର କୋଟି ଟଙ୍କାକୁ ଶିଳ୍ପପତି ଅନୀଲ ଅମ୍ବାନିଙ୍କ ପକେଟକୁ ଦେଇଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe