ମୋଦୀ ଦେଲେ ଗୁରୁଦାୟିତ୍ବ : କେନ୍ଦ୍ର ସରକାରଙ୍କ ଯୋଜନା ଉପରେ କଡ଼ା ନଜର ରଖିବେ ଶିବରାଜ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ ଏକ ମନିଟରିଂ ଦଳ ଗଠନ କରିଛନ୍ତି। ଏହି ଦଳ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ଯୋଜନା ଏବଂ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିବେ। ପ୍ରତି ମାସରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏନେଇ ବୈଠକ ହେବ...

3amamz;pdsua-

ନୂଆଦିଲ୍ଲୀ: କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ମନିଟରିଂ ଦଳ ଗଠନ କରିଛନ୍ତି।  ଏହି ଦଳ କେନ୍ଦ୍ର ସରକାରଙ୍କ ଯୋଜନା ଉପରେ  କଡ଼ା ନଜର ରଖିବେ। ଏହି ଦଳର ପ୍ରଥମ ବୈଠକ ୧୮ ଅକ୍ଟୋବରରେ ପିଏମଓରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ସମସ୍ତ ସଚିବମାନେ ଅଂଶଗ୍ରହଣ କରିଥିଲେ। ଏହି  ଦଳ  ପ୍ରତି ମାସରେ ପିଏମଓରେ ବୈଠକ କରିବେ  ଏବଂ ପ୍ରକଳ୍ପଗୁଡିକର ଅଗ୍ରଗତି ସମୀକ୍ଷା କରିବେ। ଶିବରାଜ ଯୋଜନାଗୁଡିକର ସମୀକ୍ଷା କରିବା ପରେ  ସମ୍ପୃକ୍ତ ବିଭାଗକୁ ସୂଚନା ଦେବେ।

ପ୍ରଧାନମନ୍ତ୍ରୀ ମୋଦୀ ଶିବରାଜଙ୍କୁ ୨୦୧୪ ମସିହାରୁ ଘୋଷିତ ହୋଇଥିବା ସମସ୍ତ ଯୋଜନା, ବଜେଟ୍ ଘୋଷଣା ଏବଂ ଅଧିନସ୍ଥ ଆଇନର ଅଗ୍ରଗତି ଉପରେ ନଜର ରଖିବାର ଗୁରୁଦାୟିତ୍ବ ଦେଇଛନ୍ତି। ବିଭିନ୍ନ ଯୋଜନା ପାଇଁ ନୋଡାଲ୍ ଅଫିସର ଭାବରେ କାର୍ଯ୍ୟ କରୁଥିବା ଅତିରିକ୍ତ ସଚିବ ଏବଂ ଯୁଗ୍ମ ସଚିବମାନେ ମଧ୍ୟ ଏହି ଦଳର ବୈଠକରେ ଅଂଶଗ୍ରହଣ କରିବେ।

ଯଦିଓ ସରକାର ଏହି ମନିଟରିଂ  ଦଳ ବିଷୟରେ ଅଧିକ ବିବରଣୀ ଦେଇନାହାନ୍ତି, ତଥାପି ଶିବରାଜ ପ୍ରଧାନମନ୍ତ୍ରୀଙ୍କ ପୋର୍ଟାଲରେ ତାଲିକାଭୁକ୍ତ ଘୋଷଣା, ମୋଦୀଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ ପ୍ରକଳ୍ପ, ବଜେଟ୍ ଘୋଷଣା, ଅଧିନସ୍ଥ ଆଇନ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପ ସମୀକ୍ଷା କରିବେ ବୋଲି କୁହାଯାଉଛି।

ଏଥିସହ, ଶିବରାଜ ପିଏମଓର ଲକ୍ଷ୍ୟ ସମ୍ପର୍କରେ ସମ୍ପୃକ୍ତ ସଚିବମାନଙ୍କୁ ଜଣାଇବେ। ବିଶେଷତଃ ଯଦି କୌଣସି ପ୍ରକଳ୍ପ ପଛରେ ପଡିଥାଏ କିମ୍ବା ଆନ୍ତଃମନ୍ତ୍ରୀସ୍ତରୀୟ ସମର୍ଥନର ଆବଶ୍ୟକତା ହୁଏ ତାହାର ସମୀକ୍ଷା କରାଯିବ।

ସରକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ବିଳମ୍ବକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଚିନ୍ତିତ ଥିବା ଏବଂ ପିଏମଓର ସଚିବ ତଥା ବରିଷ୍ଠ ଅଧିକାରୀଙ୍କ ସହ ବନ୍ଦ ଦ୍ୱାର ବୈଠକରେ ଅନେକ ଥର ଏନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ତେଣୁ ଶିବରାଜଙ୍କ ନେତୃତ୍ୱରେ ଏହି ମନିଟରିଂ  ଦଳ  ଗଠନ କରାଯାଇଥିବା କୁହାଯାଉଛି।  ୬୫ ବର୍ଷିୟ ଶିବରାଜଙ୍କୁ ଜଣେ ଦକ୍ଷ ପ୍ରଶାସକ ଭାବରେ ବିବେଚନା କରାଯାଏ ।

ଏହି ମନିଟରିଂ ଦଳ ପ୍ରଧାନମନ୍ତ୍ରୀଙ୍କ ଯୋଜନା, ବଜେଟ୍ ଘୋଷଣା ଏବଂ ଅଧିନସ୍ଥ ଆଇନର ଅଗ୍ରଗତି ଉପରେ କଡ଼ା  ନଜର ରଖିବ। ଏହା ନିଶ୍ଚିତ କରିବେ ଯେ ଏହି ଯୋଜନାଗୁଡିକ ଠିକ ସମୟରେ ଏବଂ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ ହୋଇଛି। ଏହି ଦଳର ଗଠନ ଦ୍ବାରା ତୃଣମୂଳସ୍ତରରେ ସରକାରୀ ଯୋଜନା କାର୍ଯ୍ୟକାରୀ କରାଯିବା ତ୍ୱରାନ୍ୱିତ ହେବ ଏବଂ ଲୋକମାନେ ଏଥିରୁ ଉପକୃତ ହେବାର ଆଶା ରହିଛି ବୋଲି ପିଏମଓ ଚିନ୍ତା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe