ଆମେରିକା ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବାକୁ ମୋଦୀଙ୍କୁ ମିଳିଲା ନିମନ୍ତ୍ରଣ, ଗର୍ବ ଅନୁଭବ କରୁଛି ବୋଲି କହିଲେ ମୋଦୀ

Advertisment
ରୁପା ଚାମଚରେ ଖାଉଥିବା କଂଗ୍ରେସ ନେତାମାନେ ଗରିବଙ୍କ ଦୁଃଖ ବୁଝିପାରିବେ ନାହିଁ: ମୋଦୀ

Business Standard

ନୂଆଦିଲ୍ଲୀ : ଆମେରିକା କଂଗ୍ରେସର ମିଳିତ ଅଧିବେଶନରେ ଉଦବୋଧନ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ ମିଳିଛି । ନିମନ୍ତ୍ରଣ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍ ୨୨ରେ ଆମେରିକୀୟ କଂଗ୍ରେସର ଏକ ମିଳିତ ବୈଠକକୁ ସମ୍ବୋଧିତ କରିବେ। ଜୁନ୍ ୧ରେ ଆସିଥିବା ଆମେରିକାର ନିମନ୍ତ୍ରଣ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା କଂଗ୍ରେସର ବାତସ୍ପତି କେଭିନ ମ୍ୟାକାର୍ଥିଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

‘ଏହି ନିମନ୍ତ୍ରଣ ପାଇଁ ମୁଁ ହାଉସ୍ ବାଚସ୍ପତି କେଭିନ୍ ମ୍ୟାକାର୍ଥି, ସିନେଟ୍ ରିପବ୍ଲିକାନ୍ ନେତା ମ୍ୟାକକୋନେଲ୍, ସିନେଟ୍ ସଂଖ୍ୟାଗରିଷ୍ଠ ନେତା ଚକ୍ ଶୁମର୍ ଏବଂ ହାଉସ୍ ଡେମୋକ୍ରାଟିକ୍ ନେତା ହକିମ୍ ଜେଫରିଜ୍ଙ୍କୁ ଧନ୍ୟବାଦ ଜଣାଉଛି।“ ମୋଦୀ ଟୁଇଟ୍ କରି ଲେଖିଛନ୍ତି ।

ଏହି ନିମନ୍ତ୍ରଣକୁ ଗ୍ରହଣ କରି ମୁଁ ଗର୍ବ ଅନୁଭବ କରୁଛି ଏବଂ ପୁଣି ଥରେ କଂଗ୍ରେସର ମିଳିତ ବୈଠକକୁ ସମ୍ବୋଧିତ କରିବାକୁ ଅପେକ୍ଷା କରିଛି । ମିଳିତ ଗଣତାନ୍ତ୍ରିକ ମୂଲ୍ୟବୋଧ, ଲୋକମାନଙ୍କ ମଧ୍ୟରେ ସୁଦୃଢ଼ ସମ୍ପର୍କ ଏବଂ ବିଶ୍ୱ ଶାନ୍ତି ଓ ସମୃଦ୍ଧି ପାଇଁ ଏକ ଅତୁଟ ପ୍ରତିବଦ୍ଧତା ଆଧାରରେ ନିର୍ମିତ ଆମେରିକା ସହ ଆମର ବ୍ୟାପକ ବୈଶ୍ୱିକ ରଣନୈତିକ ଭାଗିଦାରୀ ପାଇଁ ଆମେ ଗର୍ବିତ।

ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ଯିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe