ଲକ୍ଷ୍ନୌ: ବସପା ସୁପ୍ରିମୋ ମାୟାବତୀ ଆଜି ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବାକ୍ୟବାଣ ଛାଡ଼ିଛନ୍ତି। ଗତକାଲି ସେ ଅତ୍ୟନ୍ତ ବ୍ୟକ୍ତିଗତ ସ୍ତରକୁ ଯାଇ ମୋଦୀଙ୍କୁ ଗାଳି ଦେଇଥିବା ବେଳେ ଆଜି ପୁଣିଥରେ ମୋଦୀଙ୍କୁ ସମାଲୋଚନା କରି କହିଛନ୍ତି ମୋଦୀଙ୍କ ସରକାର ଏକ ବୁଡ଼ିଯାଉଥିବା ଡଙ୍ଗା। ସାରା ଦେଶବାସୀ ଏକଥା ଜାଣି ସାରିଛନ୍ତି। ଏପରିକି ମୋଦୀ ସରକାର ଆରଏସ୍ଏସ୍ ସମର୍ଥନ ହରାଇ ସାରିଛି ବୋଲି ମାୟାବତୀ ଆଜି ଟ୍ବିଟ୍ କରି କହିଛନ୍ତି। ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାରେ ମୋଦୀ ସରକାର ବିଫଳ ହୋଇଥିବାରୁ ଆରଏସଏସ୍ ମୋଦୀ ସରକାର ଉପରେ କ୍ଷୁବ୍ଧ ଅଛି ବୋଲି ମାୟାବତୀ କହିଛନ୍ତି।
ମୋଦୀ ସରକାର ଏକ ବୁଡ଼ି ଯାଉଥିବା ଡଙ୍ଗା: ମାୟାବତୀ
Advertisment
Follow Us