ବର୍ଷକ ମଧ୍ୟରେ ମୋଦୀଙ୍କୁ ଅନ୍ୟ ଦେଶର ନେତାଙ୍କ ପାଖରୁ ମିଳିଛି ୧୫ ଲକ୍ଷ ଟଙ୍କାର ଉପହାର

ବର୍ଷକ ମଧ୍ୟରେ ମୋଦୀଙ୍କୁ ଅନ୍ୟ ଦେଶର ନେତାଙ୍କ ପାଖରୁ ମିଳିଛି ୧୫ ଲକ୍ଷ ଟଙ୍କାର ଉପହାର

ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ଦେଶ ସହ ସମ୍ପର୍କକୁ ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଗତ ଏକ ବର୍ଷ ମଧ୍ୟରେ ଅନେକ ଦେଶ ଗସ୍ତ କରିଛନ୍ତି ଏବଂ ସେଠାରୁ ସେ ଅନେକ ସ୍ମରଣୀୟ ଉପହାର ମଧ୍ୟ ପାଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ବିଦେଶ ଗସ୍ତ ସମୟରେ ୧୫ ଲକ୍ଷ ୬୫ ହଜାର ଟଙ୍କା ମୂଲ୍ୟର ୩୦ରୁ ଅଧିକ ଉପହାର ପାଇଛନ୍ତି | ଯେଉଁଥିରେ ଧୁପଦାନୀ, ଭଗବାନ ଗଣେଶଙ୍କ ମୂର୍ତ୍ତି, ମହାତ୍ମା ବୁଦ୍ଧଙ୍କ ପ୍ରତୀକ ଚିହ୍ନ, ସ୍ଵେଟର, ଗୋଲାପ ଜଳ, ଫୁଲଦାନୀ, ସୁଗନ୍ଧିତ କାଠ ଆଦି ରହିଛି। ତେବେ ନିୟମ ଅନୁଯାୟୀ ଏସବୁ ଉପହାରଗୁଡିକ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଟ୍ରେଜେରୀ ହାଉସରେ ଜମା କରାଯାଇଛି |

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଟ୍ରେଜେରୀ ହାଉସର ବିବରଣୀ ଅନୁଯାୟୀ, ଏପ୍ରିଲ୍ ୨୦୨୧ରୁ ଏପ୍ରିଲ୍ ୨୦୨୨ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ବିଦେଶ ଗସ୍ତ ସମୟରେ ୩୦ରୁ ଅଧିକ ଉପହାର ଗ୍ରହଣ କରିଛନ୍ତି। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଡେନମାର୍କ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ବ୍ରିଟେନ, ଆମେରିକା, ବାଂଲାଦେଶ ପରି ଦେଶ ଗସ୍ତ କରିଥିଲେ।

ପ୍ରଧାନମନ୍ତ୍ରୀ ଗ୍ରହଣ କରିଥିବା ବହୁମୂଲ୍ୟ ଉପହାରରେ କାଠ, ରୂପା ଏବଂ ସୁନାରେ ନିର୍ମିତ ଏକ ଚେସ ସେଟ୍ ମିଳିଥିଲା, ଯାହାର ମୂଲ୍ୟ ପାଞ୍ଚ ଲକ୍ଷ ଟଙ୍କା ରହିଛି। ତାଙ୍କୁ ୪ ସେଟ ରୂପା ବାସନକୁସନ ମଧ୍ୟ ମିଳିଥିଲା, ଯାହାର ମୂଲ୍ୟ ୪.୫ ଲକ୍ଷ ଟଙ୍କା ଥିଲା। ରୂପା ମୁଦ୍ରା, ଘଣ୍ଟା, ହାତରେ ତିଆରି ଧୁପଦାନୀ, ପ୍ରଖ୍ୟାତ ଚିତ୍ରକର ଓଲାଫ ଭନ୍ କ୍ଲିଫଙ୍କ ଦ୍ୱାରା ଅଙ୍କାଯାଇଥିବା ପ୍ରଭୁ ଗଣେଶଙ୍କ ଚିତ୍ର ରହିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe