ନୂଆବର୍ଷରେ ଚାଷୀଙ୍କୁ ବଡ଼ ଉପହାର ଦେଲେ ମୋଦୀ ସରକାର

ନୂଆବର୍ଷର ପ୍ରଥମ ଦିନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷୀଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଡିଏପି ସାର ଉତ୍ପାଦନ କରୁଥିବା କମ୍ପାନିଗୁଡିକ ପାଇଁ ସରକାର ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଅନୁମୋଦନ କରିଛନ୍ତି...

Modi government gave big gifts to farmers in New Year

Modi government gave big gifts to farmers in New Year Photograph: (Sambad.in)

ନୂଆଦିଲ୍ଲୀ: ନୂଆବର୍ଷର ପ୍ରଥମ ଦିନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷୀଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଡିଏପି ସାର ଉତ୍ପାଦନ କରୁଥିବା କମ୍ପାନିଗୁଡିକ ପାଇଁ ସରକାର ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଅନୁମୋଦନ କରିଛନ୍ତି।

ମୋଦୀ ସରକାରଙ୍କ କ୍ୟାବିନେଟ ବୈଠକ ନୂଆବର୍ଷର ପ୍ରଥମ ଦିନରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସରକାର ଚାଷୀଙ୍କ ସହ ଜଡିତ ଅନେକ ପ୍ରମୁଖ ନିଷ୍ପତ୍ତି ନେଇଥିଲେ। ଡିଏପି ସାର ଉତ୍ପାଦନ କରୁଥିବା କମ୍ପାନିଗୁଡିକ ପାଇଁ ସରକାର ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଅନୁମୋଦନ କରିଛନ୍ତି। ସବସିଡି ବ୍ୟତୀତ ସରକାର କମ୍ପାନିମାନଙ୍କୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିବେ।

୩୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ସରକାର ଏହି ପ୍ୟାକେଜକୁ ଅନୁମୋଦନ କରିଛନ୍ତି। ଏହା ବ୍ୟତୀତ କୃଷକମାନଙ୍କ ପାଇଁ ଫସଲ ବୀମା ଯୋଜନାକୁ ଆକର୍ଷଣୀୟ କରିବା ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରାଯାଇଛି।

ଅଧିକ ପଢ଼ନ୍ତୁ: ନୂଆବର୍ଷର ପ୍ରଥମ ଦିନ ରକ୍ତରେ ଭାସିଲା ଗାଜା

ସୂଚନାଯୋଗ୍ୟ, ଭାରତ ଏହାର ମୋଟ ଡିଏପି ଚାହିଦାର ଏକ ବଡ଼ ଅଂଶ ଆମଦାନି କରେ । ଆମଦାନୀ ମୁଖ୍ୟତଃ ଚୀନ୍, ସାଉଦି ଆରବ ଏବଂ ମରୋକୋ ଭଳି ଦେଶରୁ କରାଯାଇଥାଏ। ଅନ୍ତର୍ଜାତୀୟ ବଜାରରେ କଞ୍ଚାମାଲର ମୂଲ୍ୟ ବୃଦ୍ଧି ଯୋଗୁ ଡିଏପିର ମୂଲ୍ୟ ବୃଦ୍ଧି ହୋଇଥାଏ। ଏଭଳି ପରିସ୍ଥିତିରେ ଚାଷୀଙ୍କୁ ଆଶ୍ବସ୍ତି ଯୋଗାଇବା ପାଇଁ ସରକାର ସବସିଡି ପ୍ରଦାନ କରୁଛନ୍ତି। 

ଫସଲ ବୀମା ଯୋଜନାକୁ ସରଳ କରିବାକୁ ଏହାର ନିୟମ ଏବଂ ନିୟମାବଳୀରେ ସଂଶୋଧନ କରାଯିବ। ଶସ୍ତା ମୂଲ୍ୟରେ ଏବଂ ସହଜ ନିୟମ ଅନୁଯାୟୀ ଫସଲ ବୀମାଭୁକ୍ତ ହେବା ପାଇଁ ବ୍ୟବସ୍ଥା କରାଯିବ।

ଅଧିକ ପଢ଼ନ୍ତୁ: ସୁରକ୍ଷା ପରିଷଦ ଅସ୍ଥାୟୀ ସଦସ୍ୟ ଭାବେ ପାକିସ୍ତାନର ୨ବର୍ଷ କାର୍ଯ୍ୟକାଳ ଆରମ୍ଭ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe