‘ବାର୍ଡ ଫ୍ଲୁ’ ପରିସ୍ଥିତି ସମୀକ୍ଷା ଲାଗି ଦିଲ୍ଲୀରେ ହେବ କଣ୍ଟ୍ରୋଲ୍‌ ରୁମ୍‌; ‘ମନିଟରିଙ୍ଗ୍‌ ପାନେଲ୍‌’ ପାଇଁ ରାଜ୍ୟମାନଙ୍କୁ କହିଲେ କେନ୍ଦ୍ର ସରକାର

Advertisment
‘ବାର୍ଡ ଫ୍ଲୁ’ ପରିସ୍ଥିତି ସମୀକ୍ଷା ଲାଗି ଦିଲ୍ଲୀରେ ହେବ କଣ୍ଟ୍ରୋଲ୍‌ ରୁମ୍‌; ‘ମନିଟରିଙ୍ଗ୍‌ ପାନେଲ୍‌’ ପାଇଁ ରାଜ୍ୟମାନଙ୍କୁ କହିଲେ କେନ୍ଦ୍ର ସରକାର

Image Courtesy of The Times of India

ନୂଆଦିଲ୍ଲୀ: ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ଏବଂ କେରଳରେ ‘ବାର୍ଡ ଫ୍ଲୁ’ ବ୍ୟାପିଥିବା ସୁନିଶ୍ଚିତ ହେବା ପରେ ଦୈନନ୍ଦିନ ପରିସ୍ଥିତି ସମୀକ୍ଷା କରିବା ନିମନ୍ତେ ନୂଆଦିଲ୍ଲୀରେ ଏକ ‘କଣ୍ଟ୍ରୋଲ୍‌ ରୁମ୍‌’ ସ୍ଥାପନ ନିମନ୍ତେ କେନ୍ଦ୍ର ସରକାର ‘ଡିପାର୍ଟମେଣ୍ଟ୍‌ ଅଫ୍‌ ଆନିମଲ୍‌ ହଜ୍‌ବ୍ୟାଣ୍ଡ୍ରି ଆଣ୍ଡ୍‌ ଡାଇରିଙ୍ଗ୍‌’କୁ ନିର୍ଦେଶ ଦେଇଛନ୍ତି। ‘ବାର୍ଡ ଫ୍ଲୁ’ ବିସ୍ତାର ରୋକିବା ଏବଂ ନିୟନ୍ତ୍ରଣ କରିବା ନିମନ୍ତେ ରାଜ୍ୟ କର୍ତ୍ତୃପକ୍ଷମାନେ ଗ୍ରହଣ କରୁଥିବା ପଦକ୍ଷେପଗୁଡ଼ିକୁ ମଧ୍ୟ ଏହି ‘କଣ୍ଟ୍ରୋଲ୍‌ ରୁମ୍‌’ ସମୀକ୍ଷା କରିବ।

ଏକ ବିବୃତିରେ କେନ୍ଦ୍ର ସରକାର କହିଛନ୍ତି, ବୈଶ୍ୱିକ ‘ଏଭିଏସନ୍‌ ଇନ୍‌ଫ୍ଲୁଏଞ୍ଜା’ ବ୍ୟାପିବା ଦୃଷ୍ଟିରୁ ଭାରତ ସରକାରଙ୍କ ‘ଡିପାର୍ଟମେଣ୍ଟ୍‌ ଅଫ୍‌ ଆନିମଲ୍‌ ହଜ୍‌ବ୍ୟାଣ୍ଡ୍ରି ଆଣ୍ଡ୍‌ ଡାଇରିଙ୍ଗ୍‌’ ୨୦୦୫ରେ ଏକ ‘ଆକ୍ସନ୍‌ ପ୍ଲାନ୍‌’ ପ୍ରସ୍ତୁତ କରିଥିଲା। ଏହା ୨୦୦୬, ୨୦୧୨ ଏବଂ ୨୦୧୫ ସଂଶୋଧିତ ହୋଇଥିଲା। ୨୦୨୧ ପାଇଁ ମଧ୍ୟ ଏହାକୁ ସଂଶୋଧନ କରାଯାଇଛି। ଦେଶରେ ‘ଏଭିଏସନ୍‌ ଇନ୍‌ଫ୍ଲୁଏଞ୍ଜା’ର ପ୍ରତିରୋଧ, ନିୟନ୍ତ୍ରଣ ଏବଂ ଦମନ ଲାଗି ରାଜ୍ୟ ସରକାରଙ୍କ ପାଇଁ ଏଥିରେ ଗାଇଡ୍‌ଲାଇନ୍‌ ରହିଛି।

publive-image Image Courtesy of The Times of India

ହିମାଚଳ ପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ଆଦି ରାଜ୍ୟରେ ବିଦେଶାଗତ ପକ୍ଷୀଙ୍କ ସମେତ ବହୁସଂଖ୍ୟକ ପକ୍ଷୀ ମୃତ୍ୟୁମୁଖରେ ପଡ଼ିଥିବା ରିପୋର୍ଟ ଆସିଛି। ମୃତପକ୍ଷୀମାନେ ‘ଏଚ୍‌୫ଏନ୍‌୧ ଏଭିଏନ୍‌ ଇନ୍‌ଫ୍ଲୁଏଞ୍ଜା ଭାଇରସ୍‌’ ଦ୍ୱାରା ଆକ୍ରାନ୍ତ ବୋଲି ନମୁନା ପରୀକ୍ଷାରୁ ଜଣାପଡ଼ିଛି।
ଆକ୍ରାନ୍ତ ପକ୍ଷୀମାନଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିମାନେ ମଧ୍ୟ ‘ବାର୍ଡ ଫ୍ଲୁ’ଦ୍ୱାରା ସଂକ୍ରମିତ ହୋଇ ସାମାନ୍ୟ ଜ୍ୱର କିଂବା କାଶରେ ପୀଡ଼ିତ ହୋଇପାରନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe