ବଜେଟ୍‌ରେ ସ୍ବଚ୍ଛତା,ସୁସ୍ଥତା ଓ ପାନୀୟ ଜଳ ଯୋଗାଣକୁ ଗୁରୁୁତ୍ବ ; ୨୦୨୫ ସୁଦ୍ଧା ଯକ୍ଷ୍ମାମୁକ୍ତ ହେବ ଭାରତ

Advertisment
ବଜେଟ୍‌ରେ ସ୍ବଚ୍ଛତା,ସୁସ୍ଥତା ଓ ପାନୀୟ ଜଳ ଯୋଗାଣକୁ ଗୁରୁୁତ୍ବ ; ୨୦୨୫ ସୁଦ୍ଧା ଯକ୍ଷ୍ମାମୁକ୍ତ ହେବ ଭାରତ

ନୂଆଦିଲ୍ଲୀ: ଏଥର ବଜେଟ୍‌ରେ ସ୍ବଚ୍ଛତା, ସୁସ୍ଥତା ଓ ପାନୀୟ ଜଳ ଯୋଗାଣକୁ ବି‌ଶେଷ ଗୁରୁତ୍ବ ଦିଆଯାଇଛି। ସ୍ବାସ୍ଥ୍ୟ କ୍ଷେତ୍ର ଲାଗି ଚଳିତ ବଜେଟରେ ୬୯,୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେହିପରି ସ୍ବଚ୍ଛତା ଲାଗି ୧୨,୦୦୦ କୋଟି ଟଙ୍କାର ବ୍ୟବସ୍ଥା ରହିଛି।

ବଜେଟରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ ୬୪୦୦ କୋଟି ଚିହ୍ନିତ କରାଯାଇଥିବା ବେଳେ ସେହିପରି ସ୍ବଚ୍ଛ ଭାରତ ଅଭିଯାନରେ ୨୦୨୦-୨୧ ମସିହା ପାଇଁ ୧୨,୩୦୦ କୋଟିର  ବ୍ୟୟବରାଦ ରହିଛି। ସ୍ବଚ୍ଛତା ଓ ସୁସ୍ଥତା ସହିତ ପାନୀୟ ଜଳ ଯୋଗାଣ ଉପରେ ମଧ୍ୟ ବେଶ୍ ଗୁରୁତ୍ବ ଦିଆଯାଇଛି। ଏଥି ଲାଗି  କେନ୍ଦ୍ର ସରକାର ଆରମ୍ଭ କରିବେ ଜଳ ଜୀବନ ମିସନ୍‌। ଏଥିପାଇଁ ସମୁଦାୟ ୩.୬୦ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ  ରହିଥିବା ବେଳେ କେବଳ ୨୦୨୦-୨୧ରେ  ଖର୍ଚ୍ଚ ହେବ୧୧,୫୦୦ କୋଟି ଟଙ୍କା।

ଫିଟ୍ ଇଣ୍ଡିଆ ମୁଭମେଣ୍ଟକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ବଜେଟରେ ବଡ଼ ଘୋଷଣା କରିଛନ୍ତି । ୨୦୨୫ ସୁଦ୍ଧା ଦେଶରୁ ମୂଳପୋଛ ହେବ ଯକ୍ଷ୍ମା । ଦେଶକୁ ଯକ୍ଷ୍ମାମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଅ‌ାରମ୍ଭ କରିବେ ଟିବି ହାରେଗା , ଦେଶ ଜିତେଗା ଅଭିଯାନ। ଆୟୁଷ୍ମାନ ଭାରତ ଯୋଜନା ଅଧିନରେ ଏହି ଅଭିଯାନ କାର୍ଯ୍ୟକାରୀ ହେବ। ଅନ୍ୟପକ୍ଷରେ ଆୟୁଷ୍ମାନ ଭାରତ ଯୋଜନାରେ  ୨୦ ହଜାର ଡାକ୍ତରଖାନା ଯୋଡ଼ି ହେବ । ଫଳରେ ଛୋଟ ଛୋଟ ସହରର ଲୋକେ ମଧ୍ୟ ଉପକୃତ ହୋଇପାରିବେ ।

publive-image usaid

ଶସ୍ତାରେ ଔଷଧ ଯୋଗାଇବାକୁ ଜିଲ୍ଳାର ସବୁ ଡାକ୍ତରଖାନାରେ ଖୋଲିବ ଜନ ଔଷଧୀ କେନ୍ଦ୍ର । ଏହି ଜନ ଔଷଧୀ କେନ୍ଦ୍ରଗୁଡ଼ିକରେ ୨୦୨୪ ସୁଦ୍ଧା ୨୦୦୦ ପ୍ରକାରର ଔଷଧ ଓ ୩୦୦ ପ୍ରକାରର ଡାକ୍ତରୀ ଉପକରଣ ଉପଲବ୍ଧ ହେବ  । ଏଥିସହ କେନ୍ଦ୍ର ସରକାର  ପିପିପି ମୋଡରେ  ମେଡିକାଲ କଲେଜ ଖୋଲିବା ଲାଗି ଯୋଜନା କରିଛନ୍ତି । ପୁଷ୍ଟିକର ଖାଦ୍ୟ ଯୋଜନାକୁ ୩୫ ହଜାର ୬୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଜିଲ୍ଲା ଡାକ୍ତରଖାନାରେ ମେଡିକାଲ କଲେଜ ପ୍ରତିଷ୍ଠା  ପାଇଁ ପ୍ରସ୍ତାବ ମଧ୍ୟ ବଜେଟରେ ରହିଛି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe