କମ୍ପାନି ଆଇନ ସଂଶୋଧନ କଲେ ମୋଦୀ ସରକାର; ପ୍ରଧାନମନ୍ତ୍ରୀ କେୟାର୍ସ ଏବେ ସିଏସ୍ଆର୍ ଫଣ୍ଡ୍‌ ଗ୍ରହଣ କରିପାରିବ

Advertisment
କମ୍ପାନି ଆଇନ ସଂଶୋଧନ କଲେ ମୋଦୀ ସରକାର; ପ୍ରଧାନମନ୍ତ୍ରୀ କେୟାର୍ସ ଏବେ ସିଏସ୍ଆର୍ ଫଣ୍ଡ୍‌ ଗ୍ରହଣ କରିପାରିବ

Image Source: Hindustan Times

ନୂଆଦିଲ୍ଲୀ: ‘ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡ୍’ ଏବେ କର୍ପୋରେଟ୍‌ମାନଙ୍କ ଠାରୁ ‘କର୍ପୋରେଟ୍ ସୋସିଆଲ୍ ରେସ୍‌ପନ୍‌ସିବିଲିଟି (ସିଏସ୍ଆର୍) ଫଣ୍ଡିଙ୍ଗ୍ ଗ୍ରହଣ କରିପାରିବ। ଏଥିପାଇଁ ନରେନ୍ଦ୍ର ମୋଦୀ ସରକାର ଗେଜେଟ୍ ବିଜ୍ଞପ୍ତି ଏହା ପ୍ରବର୍ତ୍ତନ କରିଛନ୍ତି।

ମେ ୨୬ ତାରିଖ ଦିନ କେନ୍ଦ୍ର କର୍ପୋରେଟ୍ ବ୍ୟାପାର ମନ୍ତ୍ରାଳୟ ଦ୍ବାରା ପ୍ରବର୍ତ୍ତିତ ଏହି ବିଜ୍ଞପ୍ତିରେ ଉଲ୍ଲେଖ ଅଛି ଯେ କମ୍ପାନିଜ୍ ଆକ୍ଟ୍‌, ୨୦୧୩ର ଧାରା ୬୬୭ର ସବ୍‌-ସେକ୍ସନ୍ (୧) ସଂଶୋଧନ କରିଛନ୍ତି। ଫଳରେ ‘ପ୍ରାଇମ୍ ମିନିଷ୍ଟର୍ସ ସିଟିଜେନ୍ ଆସିଷ୍ଟାନ୍ସ ଆଣ୍ଡ୍ ରିଲିଫ୍ ଇନ୍ ଏମର୍ଜେନ୍ସି ସିଚୁଏସନ୍ ଫଣ୍ଡ୍ସ’ କର୍ପୋରେଟ୍ସମାନଙ୍କ ଠାରୁ ସିଏସ୍‌ଆର୍ ଫଣ୍ଡିଙ୍ଗ୍ ଗ୍ରହଣ କରିପାରିବ।

ଗେଜେଟ୍ ବିଜ୍ଞପ୍ତି ମାଧ୍ୟମରେ ସରକାର ‘ପିଏମ୍‌ କେୟାର୍ସ ଫଣ୍ଡ୍‌’କୁ ‘ସିଏସ୍‌ଆର୍‌’ ଫଣ୍ଡ୍‌ସ୍‌ର ଯୋଗ୍ୟ ହିତାଧିକାରୀ କରିଛନ୍ତି। ଏହାକୁ ପିଛିଲା ଭାବେ ମାର୍ଚ ୨୮ ତାରିଖରୁ ଲାଗୁ କରାଯାଇଛି। ଅର୍ଥାତ୍ ପିଏମ୍ କେୟାର୍ସ ବିଗତ ଦୁଇ ମାସର ‌ଅନୁଦାନ ମଧ୍ୟ ଗ୍ରହଣ କରିପାରିବ।

ଏପର୍ଯ୍ୟନ୍ତ କେବଳ ପ୍ରଧାନମନ୍ତ୍ରୀଙ୍କ ନ୍ୟାସ୍‌ନାଲ୍ ରିଲିଫ୍ ଫଣ୍ଡ୍ ସିଏସ୍‌ଆର୍ ଫଣ୍ଡିଙ୍ଗ୍ ଗ୍ରହଣ କରିବାକୁ ଯୋଗ୍ୟ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe