ଜମ୍ମୁ- କଶ୍ମୀରର ବିକାଶ ସହ ସେଠାରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବାକୁ ଗଠିତ ହେଲା ମନ୍ତ୍ରୀ ଗୋଷ୍ଠୀ 

Advertisment
ଜମ୍ମୁ- କଶ୍ମୀରର ବିକାଶ ସହ ସେଠାରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବାକୁ ଗଠିତ ହେଲା ମନ୍ତ୍ରୀ ଗୋଷ୍ଠୀ 

India Today

ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରର ବିକାଶ ଓ ଜମ୍ମୁ- କଶ୍ମୀରରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଯୋଜନା ଓ କାର୍ଯ୍ୟ ଖସଡ଼ା (ବ୍ଲୁପ୍ରିଣ୍ଟ) ପ୍ରସ୍ତୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ମନ୍ତ୍ରୀ ଗୋଷ୍ଠୀର ଗଠନ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗଠିତ ଏହି ମନ୍ତ୍ରୀ ଗୋଷ୍ଠୀରେ କେନ୍ଦ୍ର ଆଇନ୍‌ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ, ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ତଓ୍ଵର ଚାନ୍ଦ ଗେହଲୋଟ, କୃଷି, କୃଷକ କଲ୍ୟାଣ ଓ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ନରେନ୍ଦ୍ର ତୋମାର ଓ ତୈଳ, ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରହିଛନ୍ତି।

publive-image

ଜମ୍ମୁ- କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହୃତ ହୋଇଯିବା ପରେ ଜମ୍ମୁ- କଶ୍ମୀରର ସର୍ବାଙ୍ଗୀନ ବିକାଶ ସହ ଜମ୍ମୁ- କଶ୍ମୀରର ଯୁବଗୋଷ୍ଠୀ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ମନ୍ତ୍ରୀ ଗୋଷ୍ଠୀରେ ସ୍ଥାନ ପାଇଥିବା ମନ୍ତ୍ରୀ ମାନଙ୍କର ବିଭାଗଗୁଡ଼ିକ କି କି କାର୍ଯ୍ୟକ୍ରମ ଗ୍ରହଣ କରିପାରିବେ ସେ ସଂପର୍କରେ ସବିଶେଷ ଯୋଜନା ସହ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ଆସନ୍ତା ଅକ୍ଟୋବର ୩୧ ତାରିଖ ସୁଦ୍ଧା କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀ ଗୋଷ୍ଠୀକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe