ଏଣିକି ମନପସନ୍ଦର ଘର ତିଆରି କିମ୍ବା କିଣିବାକୁ ଚାହୁଁଥିବା ଲୋକଙ୍କୁ ଏଭଳି ସାହାଯ୍ୟ କରିବ ସରକାର

ଏଣିକି ମନପସନ୍ଦର ଘର ତିଆରି କିମ୍ବା କିଣିବାକୁ ଚାହୁଁଥିବା ଲୋକଙ୍କୁ ଏଭଳି ସାହାଯ୍ୟ କରିବ ସରକାର

ନୂଆଦିଲ୍ଲୀ: ଆପଣଙ୍କ ପାଖରେ ଘରେ ଖଣ୍ଡିଏ ନାହିଁ, ବହୁ ଚେଷ୍ଟା କରି ମଧ୍ୟ ଘରଟିଏ ନିର୍ମାଣ କରିପାରୁ ନାହାନ୍ତି କି କିଣିବାକୁ ପାରୁ ନାହାନ୍ତି। ଏପରି କ୍ଷେତ୍ରରେ ମୋଦି ସରକାର ଆପଣଙ୍କ ପାଇଁ ଖୁସି ଖବର ନେଇ ଆସିଛନ୍ତି। ନୂଆ ବର୍ଷରେ ମୋଦି ସରକାର ଏକ ନିର୍ଦ୍ଦିଷ୍ଟ ଆୟ ଶ୍ରେଣୀର ପରିବାରଙ୍କୁ ହୋମଲୋନ ଉପରେ ସବସିଡ ଦେବାକୁ ଯାଉଛନ୍ତି । ଏହି ଯୋଜନା କାର୍ଯ୍ୟକାରୀ ହେଲେ, ନିଜ ମନପସନ୍ଦର ଘର ତିଆରି କିମ୍ବା କିଣିବାର ଲକ୍ଷ୍ୟ ରଖିଥିବା ଲୋକଙ୍କର ଇଚ୍ଛା ପୂରଣ ହୋଇ ପାରିବ।

ନିର୍ଦ୍ଦିଷ୍ଟ ଆୟ ଶ୍ରେଣୀର ପରିବାରଙ୍କୁ ହୋମଲୋନ ଉପରେ ସବସିଡ ଦେବା ଯୋଜନା ଅନୁଯାୟୀ ଭିନ୍ନ ଭିନ୍ନ ଆୟ ଗ୍ରୁପ ହିସାବରେ ୨.୬୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡ ଦିଆଯିବ। ଦେଶର ସମସ୍ତ ବାସହୀନ ଅଥବା ଦୁର୍ବଳ ବାସଗୃହରେ ବସବାସ କରୁଥିବା ସମସ୍ତ ପରିବାରଙ୍କୁ ପକ୍କା ଘର ଯୋଗାଇ ଦେବାକୁ ୨୦୧୬ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲଞ୍ଚ କରାଯାଇଥିଲା । ଏହାର ଅନ୍ତିମ ସମୟସୀମା ୨୦୧୯ ମାର୍ଚ୍ଚ ପର୍ଯ୍ୟନ୍ତ ରଖାଯାଇଛି । ଯେହେତୁ ଶେଷ ତାରିଖ ପାଖେଇ ଆସୁଛି, ତାହାକୁ ଦୃଷ୍ଟିରେ ରଖି ପିଏମଏୱାଇ ଅନୁଯାୟୀ ମିଳୁଥିବା ସବସିଡ ସମସ ସୀମାକୁ ୨୦୨୨କୁ ବୃଦ୍ଧି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe