ଆଜି ମୋଦୀଙ୍କ ଦ୍ବିତୀୟ ପାଳିର ପ୍ରଥମ ବର୍ଷ ପୂର୍ତି

Advertisment
ଆଜି ମୋଦୀଙ୍କ ଦ୍ବିତୀୟ ପାଳିର ପ୍ରଥମ ବର୍ଷ ପୂର୍ତି

Image Source: Hindustan Times

ପ୍ରମୁଖ ସ୍ଥାନରେ ଆୟୋଜିତ ହେବ ସାମ୍ବାଦିକ ସମ୍ମିଳନୀ
ସ୍ବଦେଶୀ ସାମଗ୍ରୀର ବ୍ୟବାହାର ପାଇଁ ସଂକଳ୍ପ ନେବେ କାର୍ଯ୍ୟକର୍ତା

ଭୁବନେଶ୍ବର : ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବିତୀୟ ପାଳିର ପ୍ରଥମ ବର୍ଷ ପୂରିବ। ବିଜେପିର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡାଙ୍କ ନିର୍ଦେଶକ୍ରମେ ମୋଦି ସରକାର-୨ର ପ୍ରଥମ ବର୍ଷ ପୂର୍ତ୍ତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି। କରୋନା ମହାମାରୀ ପାଇଁ ସାବଧାନତା ଅବଲମ୍ବନ ଓ ସୁସ୍ଥ ରହିବା ପାଇଁ ଆହ୍ବାନର ସଂକଳ୍ପକୁ ରାଜ୍ୟବାସୀଙ୍କ ପାଖରେ ପହଞ୍ଚାଯିବ। ‘ଭୋକାଲ ଫର ଲୋକାଲ’କୁ ଗୁରୁତ୍ବ ଦେଇ ସ୍ବଦେଶୀ ସାମଗ୍ରୀର ବ୍ୟବହାର କରିବା ପାଇଁ ସମସ୍ତ କାର୍ଯ୍ୟକର୍ତା ସଂକଳ୍ପ ନେବେ ବୋଲି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ମୋଦୀ ସରକାରର ପ୍ରଥମ ବର୍ଷର ପ୍ରମୁଖ ଉପଲବ୍ଧିକୁ ବ୍ୟାପକ ପ୍ରଚାର ଓ ପ୍ରସାର କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଭର୍ଚୁଆଲ ରାଲି ଜରିଆରେ ରାଷ୍ଟ୍ରୀୟ ଓ ରାଜ୍ୟସ୍ତରୀୟ ପ୍ରମୁଖ ନେତୃବୃନ୍ଦମାନେ ଦଳୀୟ କାର୍ଯ୍ୟକର୍ତାଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ, ସାଧାରଣ ଜନତାଙ୍କ ସହ ଚର୍ଚା ଓ ଆଲୋଚନା କରିବେ। ଏ ଅବସରରେ ବି ରାଜ୍ୟର ସମସ୍ତ ପ୍ରମୁଖ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହେବ। ପ୍ରଧାନମନ୍ତ୍ରୀ, ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସମେତ ପ୍ରମୁଖ ନେତୃବୃନ୍ଦଙ୍କ ବାର୍ତା ଓ କେନ୍ଦ୍ର ସରକାରଙ୍କ ଉପଲବ୍ଧିକୁ ପତ୍ରପତ୍ରିକା, ସମ୍ବାଦପତ୍ର ଓ ଗଣମାଧ୍ୟମ ଜରିଆରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ବ୍ୟବସ୍ଥା କରାଯିବ। ଏହି ସମସ୍ତ କାର୍ଯ୍ୟକ୍ରମ ଆସନ୍ତା ୨ ସପ୍ତାହ ଧରି ଚାଲିବ।

ରାଜ୍ୟରେ ଏ ସମସ୍ତ କାର୍ଯ୍ୟକ୍ରମକୁ ପାଳନ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ରାଜ୍ୟ ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ ଓ ଅନନ୍ତ ନାୟକଙ୍କୁ ଏହାର ଦାୟିତ୍ବ ପ୍ରଦାନ କରାଯାଇଛି। ରାଜ୍ୟରେ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତି ପାଇଁ ବିଧାୟକ ବିଷ୍ଣୁ ସେଠୀ ଓ ରାଜ୍ୟ ସଂପାଦକ ଯତୀନ ମହାନ୍ତିଙ୍କୁ ଦାୟିତ୍ବ ଦିଆଯାଇଛି। ସାମାଜିକ ଗଣମାଧ୍ୟମ ଓ ହ୍ବାଟସଆପ୍ ଗ୍ରୁପ୍ ଜରିଆରେ ପ୍ରଚାର ଓ ପ୍ରସାରର ଦାୟିତ୍ବ ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ତୁଲାଇବେ। ଭର୍ଚୁଆଲ ରାଲି ପାଇଁ ରାଜ୍ୟ ସାଧାରଣ ସଂପାଦକ ରଂଜନ ପଟେଲ ଓ ରାଜ୍ୟ ସଂପାଦକ କାଳନ୍ଦୀ ସାମଲଙ୍କୁ ଦାୟିତ୍ବ ଦିଆଯାଇଥିଲା ବେଳେ ସାମ୍ବାଦିକ ସମ୍ମଳନୀ ପାଇଁ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ରଙ୍କୁ ଦାୟିତ୍ବ ଦିଆଯାଇଛି। ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ସମସ୍ତ ମୋର୍ଚା କାର୍ଯ୍ୟର ସଂଯୋଜନା ଓ ସମୀକ୍ଷା, ପୂର୍ବତନ ସଂଗଠନ ସଂପାଦକ ଶାରଦା ପ୍ରସାଦ ଶତପଥୀ ଓ ରାଜ୍ୟ ସଭାନେତ୍ରୀ ସୁକେଶୀ ଓରାମ ବ୍ୟକ୍ତିଗତ ସଂପର୍କ କାର୍ଯ୍ୟର ସମୀକ୍ଷା କରିବେ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe