ଲକ୍ଷ୍ନୌ: କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ପ୍ରଚାରର ଶେଷ ଦିନରେ ପୂର୍ବ ଉତ୍ତରପ୍ରଦେଶରେ ପ୍ରଚାର କରିଛନ୍ତି ମିର୍ଜାପୁରରେ ପ୍ରିୟଙ୍କା ମୋଦୀଙ୍କ ବିରୋଧରେ ପ୍ରବଳ ବର୍ଷିଛନ୍ତି। କେନ୍ଦ୍ରର ଅନେକ ଜନମଙ୍ଗଳକାରୀ ଯୋଜନା ଲୋକଙ୍କ ନିକଟରେ ପହଞ୍ଚି ନାହିଁ କହି ପ୍ରିୟଙ୍କା ମୋଦୀଙ୍କୁ ସମାଲୋଚନା କରିଛନ୍ତି। ପ୍ରିୟଙ୍କା କହିଛନ୍ତି ଲୋକମାନେ ଏବେ ବୁଝିନେତା ଉଚିତ୍ ଯେ ସେମାନେ ଦେଶର ସବୁଠୁ ବଡ଼ ଅଭିନେତାଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରିଥିଲେ। ମୋଦୀଙ୍କ ବଦଳରେ ପ୍ରଧାନମନ୍ତ୍ରୀ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ପ୍ରଧାନମନ୍ତ୍ରୀ କରିଥିଲେ ଭଲ ହୋଇଥାନ୍ତା ବୋଲି ସେ କହିଛନ୍ତି।
ମୋଦୀ ସବୁଠୁ ବଡ଼ ଅଭିନେତା: ପ୍ରିୟଙ୍କା
Advertisment
Follow Us