Image Source: India Today
ଓ୍ଵାସିଂଟନ୍: ଜନପ୍ରିୟ ନିର୍ବାଚନ ସ୍ଲୋଗାନ୍ ‘ମୋଦୀ ହୈ ତୋ ମୁମ୍କିନ୍ ହୈ’କୁ ଉଦ୍ଧାର କରି ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପେଓ ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କ ଘନିଷ୍ଠ କରିବାକୁ ଚାହିଁଛନ୍ତି। ସେ କହିଛନ୍ତି କି, ଏହାକୁ ବାସ୍ତବ ରୂପ ଦେବା ପାଇଁ ଟ୍ରମ୍ପ୍ ଏବଂ ମୋଦୀଙ୍କ ପ୍ରଶାସନ ପାଇଁ ଅପୂର୍ବ ସୁଯୋଗ ଆସିଛି।
ବୁଧବାର ଦିନ ଇଣ୍ଡିଆ ଆଇଡିଆଜ୍ର ଯୁକ୍ତରାଷ୍ଟ୍ର ଆମେରିକା-ଭାରତ ବିଜ୍ନେସ୍ କାଉନ୍ସିଲ୍ ଠାରେ ପ୍ରମୁଖ ଭାରତୀୟ ନୀତି ଭାଷଣରେ ପୋମ୍ପେଓ କହିଲେ, ଜଣେ ପ୍ରଧାମନ୍ତ୍ରୀ ଭାବେ ମୋଦୀ ତାଙ୍କର ସଦ୍ୟତମ ନିର୍ବାଚନ ପ୍ରଚାର ସ୍ଲୋଗାନ୍ରେ କହିଲେ, ମୋଦୀ ‘ହୈ ତୋ ମୁମ୍କିନ୍ ହୈ’ ଅର୍ଥାତ୍ ମୋଦୀ ଥିଲେ ସବୁ ସମ୍ଭବ। ଆମ ଲୋକମାନଙ୍କ ମଧ୍ୟରେ କ’ଣ ସମ୍ଭବ ତାହା ଆବିଷ୍କାର କରିବକୁ ମୁଁ ଚାହିଁ ବସିଛି।
/sambad/media/post_attachments/wp-content/uploads/2019/06/mp-300x169.jpg) Image Source: Hindustan Times
 Image Source: Hindustan Timesଏବର୍ଷ ଶେଷ ଭାଗକୁ ଭାରତ ଗସ୍ତ କରିବା ସହ ମୋଦୀ ଏବଂ ତାଙ୍କର ନୂତନ ପ୍ରତିପକ୍ଷ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଭେଟିବାକୁ ପୋମ୍ପେଓ ଖୁବ୍ ଆଗ୍ରହୀ ବୋଲି କହିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କକୁ ନୂତନ ସ୍ତରକୁ ନେବା ପାଇଁ ସେ କିଛି ଉନ୍ନତ ଚିନ୍ତା ଓ ବିଶେଷ ସୁଯୋଗ ତାଲିକାଭୁକ୍ତ କରିଥିବା କଥା କହିଛନ୍ତି।
ଜୁନ୍ ୨୪ ରୁ ୩୦ ଯାଏଁ ପୋମ୍ପେଓ ଭାରତ, ଶ୍ରୀଲଙ୍କା, ଜାପାନ୍ ଏବଂ ଦକ୍ଷିଣ କୋରିଆ ଗସ୍ତ କରିବେ।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2019/06/pompeo.jpg)