ପ୍ରଥମଥର ପାଇଁ ଆନୁଷ୍ଠାନିକ ଭାବେ ଆର୍‌ଏସ୍‌ଏସ୍‌ର ପ୍ରଶଂସା କଲେ ମୋଦୀ

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୯ତମ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରିଛନ୍ତି। ସେହି ସମୟରେ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ପ୍ରଶଂସା କରିଥିବାର ଦେଖିବାକୁ ମିଳିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୯ତମ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରିଛନ୍ତି। ସେହି ସମୟରେ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ପ୍ରଶଂସା କରିଥିବାର ଦେଖିବାକୁ ମିଳିଛି।

New Project (48)

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୯ତମ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରିଛନ୍ତି। ସେହି ସମୟରେ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ପ୍ରଶଂସା କରିଥିବାର ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ମୋଦୀ ଆନୁଷ୍ଠାନିକ ଭାବରେ ସଂଘର ବିଷୟରେ ଉଲ୍ଲେଖ ପ୍ରଥମ ଥର ପାଇଁ ଆଜି କରିଛନ୍ତି। ସ୍ୱାଧୀନତା ଦିବସ ଅବସରରେ ସେ କହିଛନ୍ତି ଯେ ଆରଏସଏସ ୧୦୦ ବର୍ଷ ଧରି ଅତ୍ୟନ୍ତ ଗର୍ବର ସହିତ ଦେଶ ସେବା କରିଛି।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି, 'ଆଜି ମୁଁ ଗର୍ବର ସହିତ ଉଲ୍ଲେଖ କରିବାକୁ ଚାହୁଁଛି ଯେ ୧୦୦ ବର୍ଷ ପୂର୍ବେ ଏକ ସଂଗଠନ ଜନ୍ମ ହୋଇଥିଲା, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ। ରାଷ୍ଟ୍ର ପାଇଁ ୧୦୦ ବର୍ଷର ସେବା ବହୁତ ଗର୍ବର କଥା। ବ୍ୟକ୍ତିଗତ ନିର୍ମାଣରୁ ରାଷ୍ଟ୍ର ନିର୍ମାଣ କରିବାର ସଂକଳ୍ପ ସହିତ ଭାରତ ମାତାର କଲ୍ୟାଣ ଲକ୍ଷ୍ୟରେ ମାତୃଭୂମି ପାଇଁ ୧୦୦ ବର୍ଷ ବିତିଗଲାଣି। ହେଲେ ସେବା, ସମର୍ପଣ, ସଂଗଠନ ଏବଂ ଅତୁଳନୀୟ ଶୃଙ୍ଖଳା ଏବେ ବି ବଳବତ୍ତର ରହିଛି। ଏପରିକି ଆରଏସଏସ ବିଶ୍ୱର ସବୁଠାରୁ ବଡ଼ ଏନଜିଓ।’’

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବିଷୟରେ ମୋଦୀ କହିଥିଲେ ଯେ ଆରଏସଏସର ୧୦୦ ବର୍ଷର ସମର୍ପଣର ଇତିହାସ ରହିଛି। ଆଜି, ଲାଲକିଲ୍ଲାର ପ୍ରାଚୀରରୁ, ‘‘ମୁଁ ଏହି ୧୦୦ ବର୍ଷର ଜାତୀୟ ସେବାରେ ଯୋଗଦାନ ଦେଇଥିବା ସମସ୍ତ ସ୍ୱେଚ୍ଛାସେବକଙ୍କୁ ସମ୍ମାନର ସହିତ ସ୍ମରଣ କରୁଛି, ଏବଂ ଦେଶ ଗର୍ବିତ ଯେ ଆରଏସଏସର ୧୦୦ ବର୍ଷର ମହାନ ସମର୍ପିତ ଯାତ୍ରା ଆମକୁ ପ୍ରେରଣା ଦେଇ ଚାଲିବ’’ ବୋଲି ମୋଦୀ କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe