ବାରଣାସୀରେ ମୋଦୀଙ୍କ ଶକ୍ତି ପ୍ରଦର୍ଶନ : ମେଗା ରୋଡ୍‌ ସୋ’, ଅଭୂତପୂର୍ବ ସୁରକ୍ଷା

Advertisment
ବାରଣାସୀରେ ମୋଦୀଙ୍କ ଶକ୍ତି ପ୍ରଦର୍ଶନ : ମେଗା ରୋଡ୍‌ ସୋ’, ଅଭୂତପୂର୍ବ ସୁରକ୍ଷା

India Today

ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ସଂସଦୀୟ ନିର୍ବାଚନ ମଣ୍ଡଳୀ ବାରଣାସୀରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ମଧ୍ୟରେ ପ୍ରଧାନମନ୍ତ୍ରୀ ୭ କିମି ଲମ୍ବା ମେଗା ରୋଡ୍‌ ସୋ’ କରି ତାଙ୍କ ରାଜନୈତିକ ଶକ୍ତି ଦେଖାଇଥିବା ବେଳେ ଆସନ୍ତାକାଲି ନାମାଙ୍କନପତ୍ର ଦାଖଲ କରିବେ। ପ୍ରଧାନମନ୍ତ୍ରୀଙ୍କ ଏହି ରୋଡ୍‌ ସୋ’କୁ ଐତିହାସିକ କରିବା ପାଇଁ ବିଜେପି ତା’ର ସବୁ ଶକ୍ତି ଖଟାଇଥିବା ଦେଖିବାକୁ ମିଳିଥିଲା। ବିଜେପି ଅଧ୍ୟକ୍ଷ ଅମିତ ଶାହ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଏଠାରେ ‌ ଡେରା ପକାଇ ସମସ୍ତ କାର୍ଯ୍ୟକ୍ରମ ତଦାରଖ କରୁଛନ୍ତି। ଆଜିର ମେଗା ରୋଡ ସୋ’କୁ ଦଳ ‘ନମୋତ୍ସବ’ ଭାବେ ନାମିତ କରିଥିବା ବେଳେ ଆସନ୍ତକାଲି ନାମାଙ୍କପତ୍ର ଦାଖଲ ଅବସରରେ ଏନ୍‌ଡିଏ ନେତାମାନଙ୍କ ସମାଗମ ହେବ। ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ଆଜି ବିଏଚ୍‌ୟୁ ଗେଟ୍‌ଠାରୁ ଆରମ୍ଭ ହୋଇ ଅସ୍ସି, ଶିବାଲା, ସୋରପୁରା, ମଦନପୁରା ଏବଂ ଗୋଦ୍‌ଲିୟା ଦେଇ ଯାଇଥିଲା। ରୋଡ୍‌ ସୋ’ ପରେ ଦଶାଶ୍ବମେଧ ଘାଟରେ ଗଂଗା ଆରତୀରେ ପ୍ରଧାନମନ୍ତ୍ରୀ ସାମିଲ ହୋଇଥିଲେ ଏବଂ ଏହାପରେ ବାରଣାସୀଳବିଶିଷ୍ଟ ବ୍ୟକ୍ତିମାନଙ୍କୁ ନେଇ ଏକ ହୋଟେଲରେ ହୋଇଥିବା ସମାବେଶରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ। ଆଜି ରୋଡ୍‌ ସୋ’ ପାଇଁ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଦେଖିବାକୁ ମିଳିଥିଲା ଏବଂ ୧୦ ହଜାରରୁ ଅଧିକ ସୁରକ୍ଷା କର୍ମୀ ଏଥିରେ ନିୟୋଜିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe