କାଶ୍ମୀରରେ ମୋଦୀ: ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ

Advertisment
ସବୁଠୁ କମ୍‌ ବିଜୟ ବ୍ୟବଧାନରେ ଜିତିଲେ ‌ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ୨ ଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ ଅଛନ୍ତି। ଲୋକସଭା ନିର୍ବାଚନ ପରେ ଏହା ମୋଦୀଙ୍କର ପ୍ରଥମ କାଶ୍ମୀର ଗସ୍ତ। ମୋଦୀ ତାଙ୍କ ଗସ୍ତ ଅବସରରେ ଆଜି କାଶ୍ମୀରରେ ୧୮୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଏବଂ ଶିଳାନ୍ୟାସ କରିଛନ୍ତି। ୨୧ ଜୁନ୍‌ ସକାଳ ୬.୩୦ରେ ମୋଦୀ ଶ୍ରୀନଗରର ଏସ୍‌କେଆଇସିସି (‌ଶେର୍‌ ଏ କାଶ୍ମୀର ଇଣ୍ଟରନ୍ୟସନାଲ କନଫରେନ୍ସ ସେଣ୍ଟର)ରେ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି କାର୍ଯ୍ୟକ୍ରମରେ ୭ ହଜାରରୁ ଅଧିକ ଲୋକ ଅଂଶଗ୍ରହଣ କରିବେ। ମୋଦୀ ମଧ୍ୟ ଆସନ୍ତାକାଲି ଶ୍ରୀନଗରରେ ‘ଏମ୍‌ପାୱାରିଙ୍ଗ ୟୁଥ୍‌ , ଟ୍ରାନ୍ସଫର୍ମିଂ ଜମ୍ମୁ କଶ୍ମୀର’ କାର୍ଯ୍ୟକ୍ରମରେ ଯୋଗଦେବେ। ଶ୍ରୀନଗରରେ ମୋଦୀ କହିଛନ୍ତି, ସରକାର କଶ୍ମୀରରେ ନିକଟ‌ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଅତି ଗୁରୁତ୍ବର ସହ ଗ୍ରହଣ କରିଛନ୍ତି। ମୋଦୀ କହିଛନ୍ତି, ଜମ୍ମୁ କାଶ୍ମୀରରେ ଧାରା ୩୭୦ର କାନ୍ଥ ଭୁଶୁଡ଼ି ପଡ଼ିଛି ଏବଂ ଏଠାରେ ଭାରତୀୟ ସମ୍ବିଧାନ କାର୍ଯ୍ୟକାରୀ ହୋଇଛି। ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ଖୁବ୍‌ ଶୀଘ୍ର ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe