ମନ୍‌ କୀ ବାତ୍‌, ମୋଦୀ ଆସିବେ ଓ ଯିବେ, କିନ୍ତୁ ଦେଶ ରହିବ

Advertisment
ମନ୍‌ କୀ ବାତ୍‌, ମୋଦୀ ଆସିବେ ଓ ଯିବେ, କିନ୍ତୁ ଦେଶ ରହିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ର ଆଜି ୫୦ ତମ ସଂସ୍କରଣ ସମ୍ପୂର୍ଣ୍ଣ ହୋଇଛି। ଏହି ସଂସ୍କରଣରେ ମୋଦୀ କହିଛନ୍ତି ଯେ - ‘ମୋଦୀ ଆସିବେ ଏବଂ ଯିବେ କିନ୍ତୁ ଦେଶ ସବୁବେଳେ ଅନନ୍ତ ରହିବ ଏବଂ ଆମ ସଂସ୍କୃତି ଅମର ରହିବ। ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମ କେବଳ ଲୋକଙ୍କ ପାଇଁ ଉଦ୍ଦିଷ୍ଟ। ଏହା ରାଜନୀତିଠାରୁ ବହୁ ଦୂରରେ। ତେବେ ସୋସିଆଲ୍‌ ମିଡିଆ ଯୁଗରେ ମୋଦୀ ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମ ପାଇଁ ରେଡିଓକୁ ବାଛିବାର କାରଣ ଦର୍ଶାଇ କହିଛନ୍ତି ଯେ ଏହା ଲୋକଙ୍କ ପାଖରେ ପହଞ୍ଚିବାର ସବୁଠାରୁ ବଳିଷ୍ଠ ମାଧ୍ୟମ। ୧୯୯୮ ମସିହାରେ ମୋଦୀ ଜଣେ ବିଜେପି କର୍ମୀ ଥିବାବେଳେ ରେଡିଓର ଗୁରୁତ୍ବ ବୁଝିଥିଲେ। ସେତେବେଳେ ହିମାଚଳ ପ୍ରଦେଶର ଏକ ନିଭୃତ ଅଞ୍ଚଳରେ ସେ ଏକ ଚା ଦୋକାନରେ ପହଞ୍ଚିଥିଲେ। ସେଦିନ ଭାରତ ଏକ ପରମାଣୁ ପରୀକ୍ଷା କରିଥିଲା। ତେବେ ଏହି ଖବର ସେଦିନ ସେ ସେହି ଚା ଦୋକାନରେ ବାଜିଥିବା ରେଡିଓରୁ ପାଇ ପାରିଥିଲେ। ପରୋକ୍ଷରେ ଚା ଦୋକାନୀ ଜଣଙ୍କ ହିଁ ତାଙ୍କୁ ଭାରତ ପରମାଣୁ ପରୀକ୍ଷା କରିବା କଥା ଶୁଣାଇଥିଲେ। ସେବେଠାରୁ ସେ ହୃଦୟଙ୍ଗମ କରିଥିଲେ ଯେ ଲୋକଙ୍କ ପାଖରେ ପହଞ୍ଚିବାପାଇଁ ରେଡିଓ ହିଁ ସବୁଠୁ ବଳିଷ୍ଠ ମାଧ୍ୟମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe