ମଥୁରାରେ ମୋଦୀ: ପ୍ଲାଷ୍ଟିକ୍‌ ଆବର୍ଜନା ବାଛିଲେ, ବାଛୁରୀ ସଙ୍ଗରେ ଖେଳିଲେ

Advertisment
ମଥୁରାରେ ମୋଦୀ: ପ୍ଲାଷ୍ଟିକ୍‌ ଆବର୍ଜନା ବାଛିଲେ, ବାଛୁରୀ ସଙ୍ଗରେ ଖେଳିଲେ

Image Source: India Today

ମଥୁରା: ବିଭିନ୍ନ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିବାକୁ ଦିନକ ପାଇଁ ମଥୁରା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ସହରର ଆବର୍ଜନାରୁ ପ୍ଲାଷ୍ଟିକ୍‌ ଅଳିଆ ଗୋଟାଉଥିବା ମହିଳାମାନଙ୍କୁ ଭେଟି ସେମାନଙ୍କୁ କାମରେ ସାହାଯ୍ୟ କରିଛନ୍ତି।

ଦେଶରୁ ପ୍ଲାଷ୍ଟିକ୍‌ ବ୍ୟବହାର ସମ୍ପୂର୍ଣ୍ଣ ହଟାଇବା ଅଭିଯାନରେ ବାହାରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଥୁରାରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ମହିଳାମାନଙ୍କ ସହ ମିଶି ଆବର୍ଜନା ଗଦାରୁ ପ୍ଲାଷ୍ଟିକ୍‌ ବାଛୁଥିବାର ଦେଖା ଯାଇଥିଲା।

ଆଜିଠାରୁ ପୂର୍ଣ୍ଣରୂପେ ପ୍ଲାଷ୍ଟିକ୍‌ ବ୍ୟବହାର ନିଷିଦ୍ଧ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଅଭିଯାନ ଆରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି।

ଏହା ପୂର୍ବରୁ ମୋଦୀ ଗୋରୁ ଫାର୍ମକୁ ଯାଇ ସେଠାରେ ଗୋଟାଏ ବାଛୁରି ସହ ଖେଳିଥିଲେ। ମଥୁରାରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ‘ନେସ୍‌ନାଲ୍‌ ଆନିମଲ୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ପ୍ରୋଗ୍ରାମ୍‌’ ଏବଂ ‘ନେସ୍‌ନାଲ୍‌ ଆର୍ଟିଫିସିଆଲ୍‌ ଇନ୍‌ସେମିନେସନ୍‌ ପ୍ରୋଗ୍ରାମ୍‌’ ଆରମ୍ଭ କରିବେ।

ଗୋରୁଗାଈଙ୍କର ପାଦ ଓ ମୁଖ ରୋଗ ଏବଂ ବ୍ରୁସିଲେସିସ୍‌ ରୋଗ ନିରାକରଣ ଓ ଫାଟୁଆ ରୋଗର ପ୍ରତିଷେଧକ ଭାବେ ୫୦୦ ନିୟୁତ ଗୋରୁ, ମଇଁଷି, ମେଣ୍ଢା, ଛେଳି ଓ ଘୁଷୁରି ଆଦିଙ୍କ ‘ନେସ୍‌ନାଲ୍‌ ଆନିମଲ୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ପ୍ରୋଗ୍ରାମ୍‌’ର ଲକ୍ଷ୍ୟ ରହିଛି।

ବ୍ରୁଲିଲେସିସ୍‌ ପ୍ରତିକାର ନିମନ୍ତେ ବାର୍ଷିକ ୩୬ ନିୟୁତ ଗାଈମହିଷାଦିଙ୍କୁ ଟିକା ଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମର ରହିଛି ଦୁଇଟି ପର୍ଯ୍ୟାୟ- ୨୦୧୫ ସୁଦ୍ଧା ରୋଗକୁ ଆୟତ୍ତ କରିବା ଏବଂ ୨୦୩୦ ସୁଦ୍ଧା ରୋଗ ହଟାଇବା।

ବୁଧବାର ପ୍ରତ୍ୟୁଷରେ ପ୍ରଧାନମନ୍ତ୍ରୀ ମୋଦୀ ମଥୁରାରେ ପହଞ୍ଚିବା ପରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ପାଛୋଟି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe