ପ୍ରୟାଗରାଜରେ ମୋଦୀ: ୨ ଲକ୍ଷ ମହିଳାଙ୍କୁ ଉଦ୍‌ବୋଧନ ଦେଲେ

Advertisment

ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଆକାଉଣ୍ଟ୍‌କୁ ୧ହଜାର କୋଟି ପଠାଇଲେ

ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଆକାଉଣ୍ଟ୍‌କୁ ୧ହଜାର କୋଟି ପଠାଇଲେ

ପ୍ରୟାଗରାଜରେ ମୋଦୀ: ୨ ଲକ୍ଷ ମହିଳାଙ୍କୁ ଉଦ୍‌ବୋଧନ ଦେଲେ

Prabhat Khabar

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହିଳାମାନଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ମୋଦୀଙ୍କ କାର୍ଯ୍ୟକ୍ରମରେ ସ୍ବୟଂ ସହାୟକ ଗୋଷ୍ଠୀର ୨ ଲକ୍ଷରୁ ଊର୍ଦ୍ଧ୍ବ ମହିଳା ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ଆଜି ଉତ୍ତରପ୍ରଦେଶରେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ବ୍ୟାଙ୍କ ଆକାଉଣ୍ଟ୍‌କୁ ୧ ହଜାର କୋଟି ଟଙ୍କା ପଠାଇଛନ୍ତି। ଏହି ଯୋଜନା ଦ୍ବାରା ପ୍ରାୟ ୧୬ ଲକ୍ଷ ଲୋକ ଉପକୃତ ହ‌େବେ। ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଅଧୀନରେ ବି ୧ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟ୍‌କୁ ୨୦ କୋଟିରୁ ଅଧିକ ଟଙ୍କା ପଠାଇଛନ୍ତି।

ପ୍ରୟାଗରାଜରେ ଉଦ୍‌ବୋଧନ ଦେବା ସମୟରେ ମୋଦୀ ଆଜି ସମାଜବାଦୀ ପାର୍ଟିକୁ କଡ଼ା ସମାଲୋଚନା କରିଛନ୍ତି। ମହିଳାଙ୍କ ବିବା‌ହ ବୟସ ୨୧କୁ ବୃଦ୍ଧି ହେବାଦ୍ବାରା କିଛି ଲୋକଙ୍କୁ ଖୁବ୍‌ କଷ୍ଟ ହେଉଛି ବୋଲି ସେ କହିଛନ୍ତି। ମହିଳାମାନେ ବିବା‌ହ ବୟସ ବୃଦ୍ଧି ନିଷ୍ପତ୍ତିରେ ଖୁସି ଅଛନ୍ତି। ମହିଳାଙ୍କ ବିବାହ ବୟସ ବୃଦ୍ଧିକୁ ସପା ବିରୋଧ କରିଥିବାରୁ ମୋଦୀ ଏହି ପ୍ରସଙ୍ଗରେ ସପାକୁ ସମାଲୋଚନା କରିଛନ୍ତି। ମୋଦୀ କହିଛନ୍ତି, ବିଜେପି ସରକାର ଅଧୀନରେ ଉତ୍ତରପ୍ରଦେଶରେ କେଉଁଭଳି ବିକାଶ ହୋଇଛି ତାହା ସମଗ୍ର ଦେଶ ଦେଖିଛି। ଉତ୍ତରପ୍ରଦେଶର ଝିଅମାନେ ପୂର୍ବର ଅପାରଗ ସରକାରକୁ ଆଉ କ୍ଷମତାକୁ ଆଣିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe