Zee Business
କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଂଗ ଗସ୍ତରେ ଆସି ଟିଏମ୍ସି ସରକାର ଉପରେ ବର୍ଷିଛନ୍ତି। ହଳଦିଆରେ ଆୟୋଜିତ ଏକ ଜନସଭାରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେଇ କହିଥିଲେ, ପଶ୍ଚିମବଂଗ ଫୁଟବଲ୍କୁ ଭଲ ପାଉଥିବା ରାଜ୍ୟ ଏବଂ ଏଥିପାଇଁ ମୁଁ ଫୁଟ୍ବଲ ଭାଷାରେ କହିବାକୁ ଚାହୁଛି ଯେ ଟିଏମ୍ସି ଅନେକ ଫାଉଲ୍ କରିନେଇଛି। ରାଜ୍ୟବାସୀ ଏ ସବୁ ଦେଖୁଛନ୍ତି ଏବଂ ଟିଏମ୍ସିକୁ ଏହାର ପରିଣାମ ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍ବୋଧନ ଆରମ୍ଭରେ ଉତ୍ତରାଖଣ୍ଡରେ ହୋଇଥିବା ବନ୍ୟା ବିପର୍ଯ୍ୟୟ ସଂପର୍କରେ ସୂଚନା ଦେଇଥିଲେ ଏବଂ ଉତ୍ତରାଖଣ୍ଡ ପାଇଁ ପୂରା ଦେଶ ପ୍ରାର୍ଥନା କରୁଛି ବୋଲି କହିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ କୋଲକାତାରେ ସାଢ଼େ ୮ ହଜାର କୋଟି ଟଙ୍କା ବ୍ୟୟରେ ନୂଆ ପ୍ରକଳ୍ପ ଆରମ୍ଭ ହେଉଛି । ବଜେଟ୍ରେ ଚା’ ବଗିଚା ଉପରେ ବିଶେଷ ଧ୍ୟାନ ଦିଆଯାଇଛି ବୋଲି ସେ କହିଥିଲେ। ପଶ୍ଚିମବଂଗର ସବୁଠାରୁ ବଡ଼ ସମସ୍ୟା ଏହାର ରାଜନୀତି ବୋଲି ମତଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଠାରେ ବିକାଶର ରାଜନୀତି ହୋଇପାରୁାହିଁ। ପୂର୍ବରୁ କଂଗ୍ରେସ ଏବଂ ବାମଦଳର ଶାସନ କାଳରେ ଦୁର୍ନୀତି ଅତି ପ୍ରବଳ ହୋଇଥିଲା ଏବଂ ବିକାଶ ଠପ୍ ହୋଇଯାଇଥିଲା। ଏବେ ମମତା ବାନାର୍ଜୀ ପରିବର୍ତ୍ତନର ପ୍ରତିଶ୍ରୁତି ଦେଇ ଲୋକଙ୍କୁ ପ୍ରତାରଣା କରିଛନ୍ତି ଏବଂ ରାଜ୍ୟରେ କେବଳ ଦୁର୍ନୀତି ଓ ପ୍ରିୟାପ୍ରୀତି ହିଁ କାୟାବିସ୍ତାର କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
Follow Us