ମରିସସ୍‌ ସୁପ୍ରିମକୋର୍ଟ‌୍ ଭବନର ଉଦ୍‌ଘାଟନ କଲେ ମୋଦୀ

Advertisment
ମରିସସ୍‌ ସୁପ୍ରିମକୋର୍ଟ‌୍ ଭବନର ଉଦ୍‌ଘାଟନ କଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମରିସସ୍‌ର ନୂଆ ସୁପ୍ରିମକୋର୍ଟ‌୍ ଭବନକୁ ଭିଡିଓ ଲିଙ୍କ୍‌ ଦ୍ବାରା ଉଦ୍‌ଘାଟନ କରିଛନ୍ତି। ମରିସସ୍‌ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥଙ୍କ ସହ ମୋଦୀ ଆଜି ମିଳିତ ଭାବେ ମରିସସ୍‌ ସୁପ୍ରିମକୋର୍ଟ‌୍ ଭବନର ଉଦ୍‌ଘାଟନ କରିଛନ୍ତି। ଭାରତ ମହାସାଗରୀୟ ରାଷ୍ଟ୍ରମାନଙ୍କ ସହିତ ସମ୍ପର୍କ ଅଧିକ ସୁଦୃଢ଼ କରିବା ଉପରେ ଏବେ ଭାରତଫୋକସ୍‌ କରିଛି। ଆଜିର ଏହି କା‌ର୍ଯ୍ୟକ୍ରମରେ ଏକ ଭର୍ଚୁଆଲ୍‌ ଉଦ୍‌ବୋଧନ ଦେଇ ମୋଦୀ କହିଛନ୍ତି, ଭାରତୀୟ ମହାସାଗର ଅଞ୍ଚଳରେ ମରିସସ୍‌ ଭାରତର ଦୃଷ୍ଟିକୋଣର କେନ୍ଦ୍ରରେ ହିଁ ରହିଛି।

ମରିସସ୍‌ରେ ମଧ୍ୟ ମୋଦୀ ଭାରତର 'ସାଗର' ଲକ୍ଷ୍ୟ ସମ୍ପର୍କରେ କହିଥିଲେ। ସାଗର ହେଉଛି 'ସିକ୍ୟୁରିଟି ଆଣ୍ଡ୍‌ ଗ୍ରୋଥ୍‌ ଫର ଅଲ୍‌ ଇନ୍‌ ଦ ରିଜନ୍‌'। ଅର୍ଥାତ୍‌ ଅଞ୍ଚଳରେ ସମସ୍ତଙ୍କ ପାଇଁ ସୁରକ୍ଷା ଏବଂ ବିକାଶ। ଭାରତ ଏବଂ ମରିସସ୍‌ ସମ୍ପର୍କ ଆଗାମୀ ଦିନରେ ଅଧିକ ସୁଦୃଢ଼ ହେବ ବୋଲି ମୋଦୀ କହିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ମୋଦୀ ଏକ ଚେତାବନୀ ଦେଇଛନ୍ତି। ଯଦି ବିକାଶ ଦିଗରେ ଭୁଲ୍‌ ରଣନୀତି ଏବଂ ସହଯୋଗୀ ଚୟନ କରାଯାଏ ତେବେ 'ଗ୍ଲୋବାଲ୍‌ ପାୱାର ବ୍ଲକ୍‌' ସୃଷ୍ଟି ହେବ ଏବଂ ଏହା ସମସ୍ୟା ବଢ଼ାଇବ ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe