ବେଙ୍ଗାଲୁରୁ ମେଟ୍ରୋ ସଂପ୍ରସାରଣକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

Advertisment
ବେଙ୍ଗାଲୁରୁ ମେଟ୍ରୋ ସଂପ୍ରସାରଣକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ବେଙ୍ଗାଲୁରୁ : ବେଙ୍ଗାଲୁରୁର ହ୍ବାଇଟଫିଲଡ ଏବଂ କୃଷ୍ଣରାଜପୁର ମଧ୍ୟରେ ବହୁ ପ୍ରତୀକ୍ଷିତ ନମ୍ମା ମେଟ୍ରୋ ସେକ୍ସନକୁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଛନ୍ତି। ନୂଆ ଲାଇନ୍ ସହ ବେଙ୍ଗାଲୁରୁର ପ୍ରଥମ ଟେକ୍ କରିଡରକୁ ମେଟ୍ରୋ ନେଟୱାର୍କ ସହ ସଂଯୋଗ କରାଯାଇଛି। ହ୍ବାଇଟଫିଲଡ (କାଡୁଗୋଡି)ରୁ କୃଷ୍ଣରାଜପୁର ପର୍ଯ୍ୟନ୍ତ ୧୩.୭୧ କିଲୋମିଟର ରିଚ୍-୧ ସଂପ୍ରସାରଣ ବେଙ୍ଗାଲୁରୁ ମେଟ୍ରୋ ରେଳ ନେଟୱାର୍କକୁ ୬୩ଟି ଷ୍ଟେସନ ସହିତ ୬୯.୬୬ କିଲୋମିଟରକୁ ବିସ୍ତାର କରିଛି। ବର୍ତ୍ତମାନ ନମ୍ମା ମେଟ୍ରୋ ଦିଲ୍ଲୀ ମେଟ୍ରୋ ପରେ ଦେଶର ଦ୍ୱିତୀୟ ବୃହତ୍ତମ ମେଟ୍ରୋ ନେଟୱାର୍କରେ ପରିଣତ ହୋଇଛି ।

ରବିବାରଠାରୁ ସର୍ବସାଧାରଣଙ୍କ ପାଇଁ ଏହା ଆରମ୍ଭ ହେବ ବୋଲି ଆଶା କରାଯାଉଛି। ଏହି ରୁଟ୍‌ରେ ବିଇଏମ୍ଏଲ୍ ଲିମିଟେଡ୍ ଠାରୁ କିଣାଯାଇଥିବା ୬-୬ଟି କୋଚ୍ ବିଶିଷ୍ଟ ୫ଟି ଟ୍ରେନ୍ ଚଳାଚଳ କରିବ। ବେଙ୍ଗାଲୁରୁ ମେଟ୍ରୋ ରେଲ୍ କର୍ପୋରେସନ୍ ଲିମିଟେଡ୍ (ବିଏମ୍ଆର୍ସିଏଲ୍) ପକ୍ଷରୁ କୁହାଯାଇଛି ଯେ ଆଉ ଦୁଇଟି ଟ୍ରେନ୍କୁ ବ୍ୟାକ୍‌ଅପ୍ ଭାବେ ରଖାଯିବ। ଟ୍ରେନର ଫ୍ରିକ୍ୱେନ୍ସି ୧୨ ମିନିଟ୍ ରହିବ ଏବଂ ଏହି ସେକ୍ସନରେ ସର୍ବାଧିକ ଭଡ଼ା ୩୫ ଟଙ୍କା ରହିବ। ଏହି ମେଟ୍ରୋ ହ୍ୱାଇଟଫିଲ୍ଡ ଏବଂ କେଆର ପୁରମ ମଧ୍ୟରେ ଦୂରତା ୨୨ ମିନିଟରେ ଅତିକ୍ରମ କରିବ। ଏହି ଉଦଘାଟନ ଅବସରରେ ମୋଦୀ ସାଧାରଣ ଲୋକଙ୍କ ସହ କିଛି ବାଟ ଯାତ୍ରା କରିଥିଲେ ଓ ମତ ବିନିମୟ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe