ଶିକ୍ଷକ ପର୍ବର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଶିକ୍ଷକ ପର୍ବର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଆଜି ଶିକ୍ଷକ ପର୍ବର ଉଦଘାଟନୀ ସମାରୋହରେ ଉଦବୋଧନ ଦେଇଛନ୍ତି ।

ସେ ମଧ୍ୟ ଭାରତୀୟ ସାଙ୍କେତିକ ଭାଷା ଶବ୍ଦକୋଷର ଶୁଭାରମ୍ଭ କରିଥିଲେ। ଏହା ଶ୍ରବଣବାଧିତଙ୍କ ଅଧ୍ୟୟନ ପାଇଁ ଏକ ୟୁନିଭର୍ସାଲ ଡିଜାଇନ ସୁବିଧା ଥିବା ଅଡିଓ ଏବଂ ଟେକ୍ସଟ ଆଧାରିତ ସାଙ୍କେତିକ ଭାଷାର ଭିଡିଓ। ସେହିପରି ଦୃଷ୍ଟି ବାଧିତଙ୍କ ପାଇଁ ଅଡିଓ ପୁସ୍ତିକା ‘ଟକିଂ ବୁକ୍ସ’, ସିବିଏସଇର ବିଦ୍ୟାଳୟ ଗୁଣବତ୍ତା ସୁନିଶ୍ଚିତତା ଏବଂ ଆକଳନ ଫ୍ରେମଓ୍ବର୍କ, ନିପୁଣ ଭାରତ ପାଇଁ ନିଷ୍ଠା ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ଏବଂ ବିଦ୍ୟାଞ୍ଜଳି ପୋର୍ଟାଲର ଉନ୍ମୋଚନ କରିଥିଲେ ପ୍ରଧାନମନ୍ତ୍ରୀ । ବିଦ୍ୟାଞ୍ଜଳି ଅର୍ନ୍ତଗତ ବିଦ୍ୟାଳୟର ବିକାଶ ପାଇଁ ଶିକ୍ଷା ସ୍ବେଚ୍ଛାସେବୀ, ଦାତା, ସିଏସଆର ଯୋଗଦାନ ନିମନ୍ତେ ସୁବିଧା କରାଯିବ।

କାର୍ୟ୍ୟକ୍ରମରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଜାତୀୟ ପୁରସ୍କାର ଜିତିଥିବା ଶିକ୍ଷକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ସଙ୍କଟ ସମୟରେ ଦେଶର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣ କରିବାରେ ଯୋଗଦାନ ଦେଇଥିବା ଶିକ୍ଷକମାନଙ୍କୁ ସେ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଆଜି, ଶିକ୍ଷକ ପର୍ବ ଅବସରରେ, ବହୁଗୁଡ଼ିଏ ନୂତନ ଯୋଜନା ଆରମ୍ଭ କରାଯାଇଛି। ଏଗୁଡ଼ିକ ଏଥିପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ, କାରଣ ଦେଶ ଏବେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି। ସ୍ବାଧୀନତାର ୧୦୦ ବର୍ଷ ପୂର୍ତ୍ତି ପୂର୍ବରୁ ନୂତନ ଭାରତ ନିର୍ମାଣ ଲାଗି ନୂତନ ସଂକଳ୍ପ ନେବା ଲାଗି ପ୍ରଧାନମନ୍ତ୍ରୀ ଆହ୍ବାନ କରିଥିଲେ। ମହାମାରୀ ସମୟର ଆହ୍ବାନକୁ ସ୍ବୀକାର କରି ଆଗେଇ ଆସିଥିବା ଛାତ୍ରଛାତ୍ରୀ, ଶିକ୍ଷକ ଓ ସମ୍ପୂର୍ଣ୍ଣ ଶିକ୍ଷା ସମୁଦାୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ଏଥିସହିତ ସଙ୍କଟର ମୁକାବିଲା କରିବା ଲାଗି ଏହି ସାମର୍ଥ୍ୟକୁ ଆଗେଇ ନେବା ନିମନ୍ତେ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe