Image Courtesy of The Hindu
ନ୍ୟୁ ଜର୍ସି: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଚ୍ଛ୍ବସିତ ପ୍ରଶଂସା କରିଛନ୍ତି। ମୋଦୀ ଜଣେ ଭଲ ଲୋକ ଏବଂ ଅତି ସୁନ୍ଦର କାର୍ଯ୍ୟ କରୁଛନ୍ତି। ଏଥିସହିତ ତାଙ୍କ ଛଡ଼ା ଭାରତର ଆଉ କେହି ଭଲ ବନ୍ଧୁ ନାହାନ୍ତି ବୋଲି ମଧ୍ୟ ଟ୍ରମ୍ପ କହିଛନ୍ତି। ଏଥିସହିତ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ସେ ପ୍ରାର୍ଥୀହେବା ନେଇ ଇଙ୍ଗିତ ମଧ୍ୟ କରିଛନ୍ତି। ଜୋ ବାଇଡେନ କିମ୍ବା ବାରାକ ଓବାମାଙ୍କ ତୁଳନାରେ ତାଙ୍କ ଅମଳରେ ଭାରତ ସହିତ ଆମେରିକାର ସଂପର୍କ ଅଧିକ ଭଲ ଥିଲା ବୋଲି କି ପ୍ରଶ୍ନ ହେବାରୁ ଟ୍ରମ୍ପ କହିଥିଲେ, ଏ ସଂପର୍କରେ ତୁମକୁ ମୋଦୀଙ୍କୁ ପଚାରିବାକୁ ପଡ଼ିବ। ଭାରତୀୟଙ୍କ ଠାରୁ ସେ ପାଇଥିବା ବିପୁଳ ସମର୍ଥନ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ତାଙ୍କର ଉତ୍ତମ ସଂପର୍କ ବିଷୟରେ ଟ୍ରମ୍ପ ଖୋଲାଖୋଲି କହିଛନ୍ତି। ଏନଡିଟିଭିକୁ ଦେଇଥିବା ସ୍ବତନ୍ତ୍ର ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି, ପ୍ରତ୍ୟେକ ଚାହୁଛନ୍ତି ମୁଁ ନିର୍ବାଚନର ନେତୃତ୍ବ ନିଏ। ମୁଁ ଏ ନେଇ ନିକଟ ଭବିଷ୍ୟତରେ ନିଷ୍ପତ୍ତି ନେବି ବୋଲି ସେ କହିଛନ୍ତି।
ଦ୍ବିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହେଲେ ଭାରତ ପାଇଁ ତାଙ୍କର ପ୍ରାଥମିକତା କ’ଣ ରହିବ ବୋଲି ପ୍ରଶ୍ନ ହେବାରୁ ସେ କହିଥିଲେ, ଗତ ଦୁଇ ବର୍ଷ ମଧ୍ୟରେ ଆମେ ଯେଉଁ କାର୍ଯ୍ୟ କରିବାରେ ସମର୍ଥ ହୋଇନାହୁଁ ତାହା କରାଯିବ। ଭାରତରେ ମୋର ବନ୍ଧୁ ମୋଦୀ ଅତି ଚମତ୍କାର କାର୍ଯ୍ୟ କରୁଛନ୍ତି। ମୋ ଠାରୁ ଭାରତର ଆଉ କେହି ଭଲ ବନ୍ଧୁ କେବେ ନଥିଲେ ବୋଲି ମୁଁ ଭାବୁଛି।
Follow Us