ମୋଦିଙ୍କୁ ଚମତ୍କାର ବ୍ୟକ୍ତି କହି ନକଲ କଲେ ଟ୍ରମ୍ପ

Advertisment
୬୦ ଋଷିଆ କୂଟନୀତିଜ୍ଞଙ୍କୁ ବହିଷ୍କାର କଲା ଆମେରିକା

ଓ୍ଵାସିଂଟନ: ହ୍ଵାଇଟ ହାଉସ୍‌ରେ ସଦସ୍ୟଙ୍କୁ ସମ୍ବୋଧିତ କରିବା ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚମତ୍କାର ବ୍ୟକ୍ତି କହିବା ସହିତ ତାଙ୍କର ନକଲ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଭଳି ହାତକୁ ବିଭିନ୍ନ ଅଙ୍ଗଭଙ୍ଗୀ କରିବା ସହ ମୋଦିଙ୍କ କଣ୍ଠସ୍ୱରରେ ଟ୍ରମ୍ପ ବେଶ୍‌ କିଛି ସମୟ ପାଇଁ ଭାରତ ସମ୍ପର୍କରେ ତାଙ୍କର ଅଭିମୁଖ୍ୟ ରଖିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଆମେରିକାରୁ ହାର୍ଲି ଡେଭିଡସନ ମୋଟର ସାଇକେଲ ଆମଦାନିକୁ ନେଇ ଏବେ ଭାରତ ଓ ଆମେରିକା ମଧ୍ୟରେ ଯୁକ୍ତିତର୍କ ଲାଗି ରହିଛି। ଆମେରିକା ପ୍ରଶାସନ ଏହି ମୋଟର ସାଇକେଲରେ ୧୦୦ ପ୍ରତିଶତ ଟିକସ ଲାଗୁ କରିବାକୁ ଚାହୁଥିବା ବେଳେ ଭାରତ ସରକାର ୫୦ ପ୍ରତିଶତ କରାଯିବାକୁ ଯୁକ୍ତି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe