photo-zee news
ଲଖନଉ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଏବେ ଜୋରସୋରରେ ଲାଗିପଡ଼ିଲେଣି ଯୋଗୀ ସରକାର | ଯୋଗୀ ଆଦିତ୍ୟନାଥ ଲୋକଙ୍କ ମନ ଜିଣିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆଉ ନୂଆ ପ୍ରସ୍ତୁତି ମୁତାବକ ଏଣିକି ରାଜ୍ୟର ସମସ୍ତ ରାସନ ଦୋକାନରେ ମାଗଣା ରେସନ ସ୍କିମର ବୋର୍ଡ ଲଗାଯାଉଛି। ଏହା ଛଡା ରାସନ ଦୋକାନରେ ରଖାଯାଇଥିବା ବୋର୍ଡଗୁଡ଼ିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଚିତ୍ର ରହିବ।
କେବଳ ସେତିକି ନୁହେଁ ବରଂ ରାସନକୁ ନେବା ପାଇଁ ଏକ ଅଖା ଦିଆଯିବ | ଯେଉଁଥିରେ ଉଭୟ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ରହିବ | ଏହାପୂର୍ବରୁ ସମାଜବାଦୀ ସରକାରରେ ଅଖିଳେଶ ଯାଦବ ତାଙ୍କ ଚିତ୍ରକୁ ରେସନ କାର୍ଡ ଏବଂ ସ୍କୁଲ ବ୍ୟାଗରେ ଛପାଇଥିଲେ।
ଏହାକୁ ନେଇ ସମାଜବାଦୀ ପାର୍ଟି ନେତା ଅନୁରାଗ ଭଦୁରିଆ କହିଛନ୍ତି ଯେ ବିଜେପି ବର୍ତ୍ତମାନ ସମାଜବାଦୀ ପାର୍ଟିର ପ୍ରଚାର ପ୍ରଣାଳୀକୁ ବ୍ୟବହାର କରୁଛି, କିନ୍ତୁ ଜନସାଧାରଣ ସେମାନଙ୍କର ସମସ୍ତ କୌଶଳ ଜାଣିଛନ୍ତି। ଜନସାଧାରଣ ସମାଜବାଦୀ ପାର୍ଟିକୁ ହିଁ ଭୋଟ୍ ଦେବେ ଏବଂ ବିଜେପିକୁ ଆଉଟ କରିଦେବେ |
Follow Us