ନୂଆଦିଲ୍ଲୀ : ଜାତିସଂଘ ସାଧାରଣ ପରିଷଦ ଅଧ୍ୟକ୍ଷ ସାବା କୋରୋସି ସୋମବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ୍ କରିଛନ୍ତି। ଏକ ଟ୍ବିଟ୍ରେ ପ୍ରଧାନମନ୍ତ୍ରୀ ମୋଦୀ କୋରୋସିଙ୍କ ପ୍ରଥମ ଭାରତ ଗସ୍ତକୁ ନେଇ ଆନନ୍ଦ ପ୍ରକାଶ କରିଛନ୍ତି। କୋରୋସି ଜି୨୦ରେ ଭାରତର ଅଧ୍ୟକ୍ଷତାକୁ ସମର୍ଥନ କରୁଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। ଏହି ସାକ୍ଷାତ୍ ସମୟରେ ଜାତିସଂଘ ସମେତ ସର୍ବତ୍ର ବହୁପାକ୍ଷିକତା ଲାଗି ଭାରତ ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି କରିଥିଲେ। ବିଶ୍ବ ଜଳଉତ୍ସଗୁଡ଼ିକର ସଂରକ୍ଷଣ ଓ ସୁଦୁପଯୋଗ ଉପରେ ମଧ୍ୟ ସେ ଗୁରୁତ୍ବ ଦେଇଥିଲେ।
ନୂଆଦିଲ୍ଲୀରେ ମୋଦୀ-କୋରୋସି ସାକ୍ଷାତ୍
Advertisment
Follow Us