ବିଡ଼ି-ବିହାର ବିବାଦ କଂଗ୍ରେସ-ଆରଜେଡି ଉପରେ ବର୍ଷିଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ବିଡ଼ି-ବିହାର ବିବାଦକୁ ନେଇ କଂଗ୍ରେସ ଏବଂ ଆର୍‌ଜେଡି ମେଣ୍ଟ ଉପରେ ବର୍ଷିଛନ୍ତି ଏବଂ ଏହା ରାଜ୍ୟର ଲୋକମାନଙ୍କ ପ୍ରତି ଏକ ଅପମାନ ବୋଲି...

Untitled-11

ପାଟନା :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ବିଡ଼ି-ବିହାର ବିବାଦକୁ ନେଇ କଂଗ୍ରେସ ଏବଂ ଆର୍‌ଜେଡି ମେଣ୍ଟ ଉପରେ ବର୍ଷିଛନ୍ତି ଏବଂ ଏହା ରାଜ୍ୟର ଲୋକମାନଙ୍କ ପ୍ରତି ଏକ ଅପମାନ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଯେତେବେଳେ ବିହାର ପ୍ରଗତି କରୁଛି ସେତେବେଳେ କଂଗ୍ରେସ ଏବଂ ଆର୍‌ଜେଡି ଏହାକୁ ଅପମାନିତ କରିବାରେ ବ୍ୟସ୍ତ। ପୁର୍ନିଆରେ ମୋଦୀ ଏହି ଟିପ୍ପଣୀ ଦେଇଛନ୍ତି। ବିହାରକୁ ବିଡ଼ି ସହ ଯୋଡ଼ି କଂଗ୍ରେସ କେରଳ ଶାଖା ଦ୍ବାରା କରାଯାଇଥିବା ଏକ ସୋସିଆଲ ମିଡିଆ ପୋଷ୍ଟ୍‌ (ଏବେ ଡିଲିଟ୍‌ ହୋଇଥିବା) କୁ ଇଙ୍ଗିତ କରି ମୋଦୀ ଏହି ଟିପ୍ପଣୀ ଦେଇଛନ୍ତି।

ମୋଦୀ କହିଛନ୍ତି,  ଯେତେବେଳେ ବି ବିହାର ଆଗକୁ ବଢ଼ୁଛି ଏହି ଲୋକମାନେ ବିହାରକୁ ଅପମାନିତ କରିବାରେ ବ୍ୟସ୍ତ ରହୁଛନ୍ତି।  ଏହି ଲୋକମାନେ ବିହାରକୁ ଖୁବ୍‌ ଘୃଣା କରନ୍ତି। ବିଡ଼ି ଟିପ୍ପଣୀ ରାଜ୍ୟ ଏବଂ ଏହାର ଲୋକମାନଙ୍କ ପ୍ରତି ଏକ ଅପମାନ କହି ମୋଦୀ କହିଛନ୍ତି, ରାଜ୍ୟ ଆଗାମୀ ଦିନରେ କଂଗ୍ରେସ ଏବଂ ଅନ୍ୟ ସହଯୋଗୀ ଦଳଙ୍କୁ ଶିକ୍ଷା ଦେବ। ମୋଦୀ କହିଛନ୍ତି, ଆର୍‌ଜେଡି ଏବଂ କଂଗ୍ରେସ ପାଇଁ ସବୁଠାରୁ ବଡ଼ ଚିନ୍ତା ହେଉଛି ସେମାନଙ୍କ ନିଜ ପରିବାର।  ଏହି ଲୋକମାନେ କେବେ ଆପଣଙ୍କ ପରିବାର ପାଇଁ ଚିନ୍ତିତ ହେବେନାହିଁ।  କିନ୍ତୁ ମୋଦୀଙ୍କ ପାଇଁ ଆପଣମାନେ ସମସ୍ତେ ମୋଦୀଙ୍କ ପରିବାର। ଏହି ଅବସରରେ ମୋଦୀ ଆଜି ପୂର୍ଣ୍ଣିଆରେ ୩୬ ‌ହଜାର କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe