ଭୋଟରଙ୍କୁ ମୋଦିଙ୍କ ପତ୍ର: ଜାତିବାଦ ନୁହେଁ ବିକାଶବାଦ

Advertisment

ଗୁଜରାଟ ନିର୍ବାଚନ

ଗୁଜରାଟ ନିର୍ବାଚନ

ସମ୍ବିଧାନ ଦିବସ: ଏକାସଂଗରେ ନିର୍ବାଚନ ହେଉ

Prime Minister of India Narendra Modi waves following a joint statement to the press with Mexican President Enrique Pena Nieto, in Los Pinos presidential residence in Mexico City, Wednesday, June 8, 2016. Modi met with the Mexican President Wednesday evening during a short working visit to the country.(AP Photo/Rebecca Blackwell)

ନୂଆଦିଲ୍ଲୀ : ଗୁଜରାଟରେ ସରଗରମ ନିର୍ବାଚନ ପ୍ରଚାର ଚାଲିଥିବା ବେଳେ ଏବେ ଗୁଜରାଟ ଭୋଟର୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ପତ୍ର ବଣ୍ଟା ଯାଉଛି । ଗୁଜରାଟୀ ଭାଷାରେ ଲିଖିତ ଏହି ପତ୍ରରେ ପ୍ରଧାନମନ୍ତ୍ରୀ ମୋଦି ଭୋଟରଙ୍କୁ ଆହ୍ଵାନ ଦେଇ କହିଛନ୍ତି ଯେ ସେମାନେ ଜାତିବାଦକୁ ପ୍ରତ୍ୟାଖ୍ୟାନ କରି ବିକାଶବାଦ ସମର୍ଥନରେ ଭୋଟ୍‌ ଦିଅନ୍ତୁ। ଜାତିବାଦ, ପରିବାରବାଦ, ବଂଶବାଦ ଏବଂ ସଂପ୍ରଦାୟବାଦରୁ ସମାଜକୁ ମୁକ୍ତ ରଖି କେବଳ ବିକାଶବାଦ ଉପରେ ଭରସା ରଖି ନିଷ୍ପତ୍ତି ନେବାକୁ ମୋଦି କହିଛନ୍ତି। ୨୨ ବର୍ଷ ତଳର ଗୁଜରାଟ ଏବଂ ବର୍ତ୍ତମାନର ଗୁଜରାଟ ମଧ୍ୟରେ ଫରକ କେବଳ ବିକାଶବାଦ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗୁଜରାଟରେ ବିଜେପିର ଦୁର୍ଗ ପତନ ପାଇଁ କଂଗ୍ରେସ ଏବେ ଜାତିଗତ ସମୀକରଣକୁ ନେଇ ଆଗକୁ ବଢ଼ୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ପତ୍ର ଚର୍ଚ୍ଚାର ବିଷୟ ହୋଇଛି । ଅନ୍ୟପକ୍ଷରେ ଆଜି ବିଜେପି ଅଧ୍ୟକ୍ଷ ଅମିିତ ଶାହ ଘରକୁ ଘର ପ୍ରଚାର ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe