ମୋଦୀ ଆଇନାରେ ପ୍ରଥମେ ନିଜକୁ ଦେଖନ୍ତୁ: ମମତା ଦାବି କଲେ ଶ୍ବେତପତ୍ର

ମୋଦୀ ଆଇନାରେ ପ୍ରଥମେ ନିଜକୁ ଦେଖନ୍ତୁ: ମମତା ଦାବି କଲେ ଶ୍ବେତପତ୍ର

କୋଲକାତା: କେନ୍ଦ୍ରୀୟ ଏଜେନ୍ସି ଦ୍ବାରା କରାଯାଇଥିବା ଯାଞ୍ଚ୍ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶ୍ବେତପତ୍ର ଦାବି କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିବା ସହିତ କହିଛନ୍ତି ମୋଦୀ ପ୍ରଥମେ ଆଇନାରେ ନିଜକୁ ଦେଖନ୍ତୁ। ଆଇନା କହିଦେବ ସେ କେତେ ସ୍ବଚ୍ଛ ଏବଂ ଦୂର୍ନୀତି ମୁକ୍ତ।

ଜଲପାଇଗୁଡ଼ି ଜିଲ୍ଲାରେ ଏକ ରାଲିକୁ ସମ୍ବୋଧିତ କରି ମମତା କହିଛନ୍ତି ଟିଏମସି ଏକୁଟିଆ ବିଜେପି ସହିତ ମୁକାବିଲା କରୁଛି। କିନ୍ତୁ କଂଗ୍ରେସ ଏବଂ ସିପିଆଇ(ଏମ୍) ବିଜେପିକୁ ସହାୟତା କରୁଛନ୍ତି।
ପଶ୍ଚିମବଙ୍ଗରେ ଦୁର୍ନୀତି ଅଭିଯୋଗର ଯାଞ୍ଚ୍ ପାଇଁ ବିଜେପି ୩୦୦ କେନ୍ଦ୍ରୀୟ ଏଜେନ୍ସି ଟିମ୍‌କୁ ପଠାଇଥିଲା। ମାତ୍ର ସେମାନେ ଖାଲି ହାତରେ ଫେରିଲେ। ଏବେ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟବାସୀଙ୍କୁ ଜବାବ୍ ଦେବାକୁ ପଡ଼ିବ ମନରେଗା ପାଣ୍ଠିର କ’ଣ କରାଗଲା। ଗରିବ ଏହି ପରିଯୋଜନାରେ କାମ ୍ କଲେ କିନ୍ତୁ ସେମାନଙ୍କର କୌଣସି ଲାଭ ହେଲା ନାହିଁ।

ମୋଦୀ ଟିଏମ୍‌ସିକୁ ଦୁର୍ନୀତିଗ୍ରସ୍ତ ବୋଲି କହୁଛନ୍ତି। ମୋଦୀ ପ୍ରଥମେ ନିଜେ କେତେ ସ୍ବଚ୍ଛ ତାହା ଜାଣିବା ଜରୁରୀ। ବିଜେପି ଦଳରେ କେବଳ ଡକାୟତ ରହିଛନ୍ତି। ବିଜେପି ହେଉଛି ବଙ୍ଗାଳୀ ଭାଷାଭାଷୀଙ୍କ ବିରୋଧୀ ଦଳ। ଏନଆର୍‌ସି ଦ୍ବାରା ଦଳିତ ଆଧିବାସୀ ଏବଂ ଓବିସିଙ୍କୁ ବାହାର କରିବାର ଷଡ଼ଯନ୍ତ୍ର ମୋଦୀ ସରକାର କରୁଛନ୍ତି।

ପଶ୍ଚିମବଙ୍ଗରେ ଟିଏମ୍‌ସିକୁ ବିଜୟୀ ହେବାକୁ ପଡ଼ିବ। ଆମେ ରାଜ୍ୟରେ ଏନଆର୍‌ସି କେବେ ମଧ୍ୟ ଲାଗୁ କରିବାକୁ ଦେବୁ ନାହିଁ। ଜାତୀୟସ୍ତରରେ ଟିଏମ୍‌ସି ଇଣ୍ଡିଆ ମେଣ୍ଟ ସହିତ ରହିଛି। କିନ୍ତୁ ଦେଶକୁ ସୁରକ୍ଷିତ ରଖିବା ପାଇଁ ପଶ୍ଚିମବଙ୍ଗରେ ଟିଏମ୍‌ସିକୁ ଜିତିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe