‌ମୋଦୀ-ମମତା ଲଢ଼େଇ ଲମ୍ବା ଚାଲିବ

Advertisment

ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେନି ମମତା ହତ୍ୟାର ଶିକାର ୫୪ ପରିବାରକୁ ସ୍ବତନ୍ତ୍ର ନିମନ୍ତ୍ରଣ ଦଳ ବଦଳ ପ୍ରତିବାଦରେ ଧାରଣା ଦେବେ ମମତା ଆଉ ଜଣେ ଟିଏମ୍‌ସି ବିଧାୟକ ବିଜେପିରେ

ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେନି ମମତା ହତ୍ୟାର ଶିକାର ୫୪ ପରିବାରକୁ ସ୍ବତନ୍ତ୍ର ନିମନ୍ତ୍ରଣ ଦଳ ବଦଳ ପ୍ରତିବାଦରେ ଧାରଣା ଦେବେ ମମତା ଆଉ ଜଣେ ଟିଏମ୍‌ସି ବିଧାୟକ ବିଜେପିରେ

‌ମୋଦୀ-ମମତା ଲଢ଼େଇ ଲମ୍ବା ଚାଲିବ

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନ ସମୟରେ ପଶ୍ଚିମବଂଗରେ ବିଜେପି ଏବଂ ଟିଏମ୍‌ସି ମଧ୍ୟରେ ଚାଲିଥିବା ରାଜନୈତିକ ଲଢ଼େଇ ଥମିବାର ନାମ ନେଉନାହିଁ। ଏହି ଲଢ଼େଇକୁ ଲମ୍ବା ଟାଣିବା ପାଇଁ ଟିଏମ୍‌ସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଗତକାଲି ଘୋଷଣା କରିଥିବା ମମତା ଆଜି ତାଙ୍କ ନିଷ୍ପତ୍ତିରୁ ଓହରିଯାଇଛନ୍ତି। ପଶ୍ଚିମବଂଗରେ ପଂଚାୟତଠାରୁ ଆରମ୍ଭ କରି ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ରାଜନୈତିକ ହିଂସାର ଶିକାର ହୋଇ ବିଜେପିର ଯେଉଁ ୫୪ ଜଣ କର୍ମୀ ପ୍ରାଣ ହରାଇଥିଲେ, ସେମାନଙ୍କ ପରିବାର ସଦସ୍ୟଙ୍କୁ ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ସ୍ବତନ୍ତ୍ର ନିମନ୍ତ୍ରଣ କରାଯାଇଛି । ଏହାଦ୍ବାରା ମମତାଙ୍କୁ ମୋଦୀ ଏକ କଡ଼ା ବାର୍ତ୍ତା ଦେଇଥିବା କୁହାଯାଉଛି। ତେବେ ବିଜେପିର ଏଭଳି ପଦକ୍ଷେପକୁ ମମତା ସମାଲୋଚନା କରିଛନ୍ତି ଏବଂ ଏକ ସାମ୍ବିଧାନିକ ଉତ୍ସବର ରାଜନୀତିକରଣ କରାଯାଇଥିବା କହିଛନ୍ତି। ଅନ୍ୟପକ୍ଷରେ ବିଜେପିର ଗୁଣ୍ଡାମାନେ ଆତଙ୍କ ସୃଷ୍ଟି କରି ତାଙ୍କ ଦଳର ବିଧାୟକ ଏବଂ କାଉନ୍‌ସିଲରମାନଙ୍କୁ ବିଜେପିରେ ସାମିଲ ହେବାକୁ ବାଧ୍ୟ କରୁଛନ୍ତି ବୋଲି ଅଭିଯୋଗ କରି ଏହାର ପ୍ରତିବାଦରେ ମମତା ଆସନ୍ତାକାଲି ଉତ୍ତର ୨୪ ପ୍ରଗଣାର ନେହାଟି ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଜଣାପଡ଼ିଛି। ଏହି ନଗରପାଳିକାର କାଉନ୍‌ସିଲରମାନେ ଟିଏମ୍‌ସି ଛାଡ଼ି ବିଜେପିରେ ଗତକାଲି ସାମିଲ ହୋଇଥିଲେ।
ଲୋକସଭା ନିର୍ବାଚନରେ ବଡ଼ ଝଟ୍‌କା ପାଇଥିବା ମମତାଙ୍କ ପାଇଁ ଏବେ ଦଳୀୟ ବିଧାୟକ ଓ କାଉନ୍‌ସିଲରମାନେ ମଧ୍ୟ ଚିନ୍ତାର କାରଣ ହୋଇଛନ୍ତି। ଗତକାଲି ଟିଏମ୍‌ସିର ୨ ଜଣ ଏବଂ ସିପିଏମ୍‌ର ଜଣେ ବିଧାୟକ ବିଜେପିରେ ସାମିଲ ହୋଇଥିବା ବେଳେ ଆଜି ଟିଏମ୍‌ସିର ଜଣେ ମୁସ୍‌ଲିମ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି। ଦଳରେ ଦେଖାଦେଇଥିବା ଜଟିଳ ସ୍ଥିତିକୁ ନେଇ ଚିନ୍ତାରେ ଥିବା ମମତା ଏବେ ମୋଦୀ ସରକାର ଏବଂ ବିଜେପି ବିରୋଧରେ ଧାରଣ ଦେବାପାଇଁ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି ଯେ ଟିଏମ୍‌ସିର ଯେଉଁ ନେତାମାନେ ବିଜେପିକୁ ଆସିବେ ସେମାନଙ୍କୁ ସ୍ବାଗତ କରାଯିବ। ଟିଏମ୍‌ସିର ଗୁଣ୍ଡାରାଜକୁ ପଶ୍ଚିମବଂଗର ଜନତା ପ୍ରତ୍ୟାଖ୍ୟାନ କରିଥିବାରୁ ଏବେ ଲୋକଙ୍କ ସମର୍ଥନ ହାସଲ ପାଇଁ ମମତା ନୂଆ ଚାଲ୍‌ ଖେଳୁଛନ୍ତି ବୋଲି ବିଜେପି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe