ମୋଦୀ ହୋଇପାରନ୍ତି ପାକ୍‌ ଅତିଥି

ମୋଦୀ ହୋଇପାରନ୍ତି ପାକ୍‌ ଅତିଥି

ଲାହୋର: ଅଗଷ୍ଟ ୧୧ ତାରିଖରେ ଇମ୍ରାନ୍‌ ଖାନ୍‌ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏଥିପାଇଁ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯାଇଛି। ଉତ୍ସବରେ ବିଭିନ୍ନ ରାଷ୍ଟ୍ରର ନେତୃବୃନ୍ଦଙ୍କୁ ଅତିଥି ଭାବେ ଯୋଗଦେବା ଲାଗି ନିମନ୍ତ୍ରଣ କରାଯିବ। ଏ ନେଇ ଇମ୍ରାନ୍‌ଙ୍କ ପାକିସ୍ତାନ ତେହରିକ୍‌ ଏ ଇନସାଫ୍‌ (ପିଟିଆଇ) ଦଳ ବିଚାରବିମର୍ଶ କରୁଛି। ସାର୍କ ରାଷ୍ଟ୍ରସମୂହର ମୁଖ୍ୟମାନଙ୍କୁ ଇମ୍ରାନ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ କରିବା ପାଇଁ ଯୋଜନା କରାଯାଉଛି। ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଶପଥ ଗ୍ରହଣ ଉତ୍ସବକୁ ଅତିଥି ଭାବେ ନିମନ୍ତ୍ରିତ ହୋଇପାରନ୍ତି ବୋଲି ଜଣାପଡ଼ିଛି। ଏ ନେଇ ପିଟିଆଇ ଦଳ କୋର୍‌ କମିଟି ପକ୍ଷରୁ ତୁରନ୍ତ ନିଷ୍ପତ୍ତି ନିଆଯାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe