ଟ୍ରମ୍ପଙ୍କୁ ଭେଟିବା ପୂର୍ବରୁ ଏଲନ ମସ୍କଙ୍କୁ ଭେଟିଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ସ୍ପେସଏକ୍ସ ଏବଂ ଟେସ୍ଲା ମାଲିକ ଏଲନ୍ ମସ୍କ । ଏହି ସମୟରେ ତାଙ୍କ ସହ ତାଙ୍କ ପରିବାର ମଧ୍ୟ ଥିଲେ । ମୋଦୀଙ୍କୁ ଭେଟିବାକୁ ଆମେରିକାର ଏନଏସଏ ମାଇକ୍ ଓ୍ବାଲଜ, ଟ୍ରମ୍ପଙ୍କ ଘନିଷ୍ଠ ବିବେକ ରାମସ୍ବାମୀ ମଧ୍ୟ ହ୍ବାଇଟହାଉସରେ  ପହଞ୍ଚିଥିଲେ । 

ଅଦ୍ୟତନ ହୋଇଛି
musk

ଓ୍ବାସିଂଟନ ଡିସି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ସ୍ପେସଏକ୍ସ ଏବଂ ଟେସ୍ଲା ମାଲିକ ଏଲନ୍ ମସ୍କ । ଓ୍ବାସିଂଟନରେ ଥିବା ବ୍ଲେୟାର ହାଉସରେ ଏହି ସାକ୍ଷାତ ହୋଇଛି ।ଏହି ସମୟରେ ତାଙ୍କ ସହ ତାଙ୍କ ପରିବାର ମଧ୍ୟ ଥିଲେ । ସେ ତାଙ୍କ ପିଲାମାନଙ୍କ ସହ ହାତ ଧରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାକୁ ପହଞ୍ଚିଥିଲେ। ମସ୍କ ଭାରତରେ ଟେସଲା କାର ଲଞ୍ଚ୍ କରିବାକୁ ବହୁଦିନରୁ ଉଦ୍ୟମ କରୁଛନ୍ତି । ମୋଦୀଙ୍କ ସହ ଏ ପ୍ରସଙ୍ଗରେ ସେ ଆଲୋଚନା କରିଥିବା ମନେକରାଯାଉଛି । ଏହା ପୂର୍ବରୁ ମୋଦୀ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ଭେଟିଥିଲେ । ସେହିପରି ମୋଦୀଙ୍କୁ ଭେଟିବାକୁ ଆମେରିକାର ଏନଏସଏ ମାଇକ୍ ଓ୍ବାଲଜ, ଟ୍ରମ୍ପଙ୍କ ଘନିଷ୍ଠ ବିବେକ ରାମସ୍ବାମୀ ମଧ୍ୟ ହ୍ବାଇଟହାଉସରେ  ପହଞ୍ଚିଥିଲେ । 

ଆଜି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକ ପୂର୍ବରୁ ବାଂଲାଦେଶର ଲୋକମାନେ ହ୍ୱାଇଟ ହାଉସ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ସମୟରେ ପଡ଼ୋଶୀ ଦେଶ ଭାରତରେ ଶାନ୍ତି ଫେରାଇ ଆଣିବାକୁ ସେମାନେ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe