ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ମୋଦୀଙ୍କ ବୈଠକ

Advertisment

ବିଶ୍ୱ ସ୍ତରୀୟ ପ୍ରସଙ୍ଗରେ ଫଳପ୍ରଦ ମତ ବିନିମୟ

ବିଶ୍ୱ ସ୍ତରୀୟ ପ୍ରସଙ୍ଗରେ ଫଳପ୍ରଦ ମତ ବିନିମୟ

ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ମୋଦୀଙ୍କ ବୈଠକ

Mint

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି । ପ୍ରଧାନମନ୍ତ୍ରୀ କିଶିଦା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ପାଇଁ ରାତ୍ରୀ ଭୋଜନର ଆୟୋଜନ କରିଥିଲେ । ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ବଢାଇବା ସହିତ କିଛି ଆଞ୍ଚଳିକ ଏବଂ ବିଶ୍ୱ ସ୍ତରୀୟ ପ୍ରସଙ୍ଗରେ ସେମାନଙ୍କର ଫଳପ୍ରଦ ମତ ବିନିମୟ ହୋଇଥିଲା। ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଦ୍ୱିପାକ୍ଷିକ ସୁରକ୍ଷା ଏବଂ ପ୍ରତିରକ୍ଷା ସହଯୋଗକୁ ଆହୁରି ବଢ଼ାଇବାକୁ ଦୁଇ ନେତା ରାଜି ହୋଇଥିଲେ । ସେମାନେ ଏକମତ ହୋଇଛନ୍ତି ଯେ ଖୁବ୍‍ଶୀଘ୍ର ଜାପାନରେ ପରବର୍ତ୍ତୀ ବୈଦେଶିକ ଏବଂ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇପାରେ।

ଦୁଇ ଦେଶ ମଧ୍ୟରେ ବଢୁଥିବା ଅର୍ଥନେତିକ ସମ୍ପର୍କକୁ ଦୁଇ ନେତା ପ୍ରଶଂସା କରିଛନ୍ତି । ସେମାନେ ସହମତ ହୋଇଥିଲେ ଯେ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ୫ ଟ୍ରିଲିୟନ ୟେନ ପୁଞ୍ଜି ବିନିଯୋଗ ଏବଂ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଜାପାନରୁ ଭାରତକୁ ଆର୍ଥିକ ସହାୟତା ପାଇଁ ଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଦିଗରେ ଉଭୟ ପକ୍ଷ ମିଳିତ ଭାବରେ କାର୍ଯ୍ୟ କରିବା ଉଚିତ। ଗତି ଶକ୍ତି ପଦକ୍ଷେପ ମାଧ୍ୟମରେ ବ୍ୟବସାୟରେ ସହଜତା, ଲଜିଷ୍ଟିକ୍ସକୁ ସୁଦୃଢ଼ କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଏବଂ ଭାରତରେ ଜାପାନ କମ୍ପାନିଗୁଡିକ ଦ୍ୱାରା ଅଧିକ ପୁଞ୍ଜି ବିନିଯୋଗକୁ ସମର୍ଥନ କରିବାକୁ ପ୍ରଧାନମନ୍ତ୍ରୀ କିଶିଦାଙ୍କୁ ଅନୁରୋଧ କରିଥିଲେ ।

ଏହିପରି ବିନିଯୋଗ ସ୍ଥିର ଯୋଗାଣ ଶୃଙ୍ଖଳା ସୃଷ୍ଟି କରିବାରେ ସାହାଯ୍ୟ କରିବ ଏବଂ ପାରସ୍ପରିକ ଲାଭଦାୟକ ହେବ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀ ଜାପାନ କମ୍ପାନୀଗୁଡିକ ପ୍ରଶଂସା କରିଛନ୍ତି ଯେ ସେମାନେ ଭାରତରେ ପୁଞ୍ଜି ବିନିଯୋଗ ବୃଦ୍ଧି କରୁଛନ୍ତି ଏବଂ ୨୪ ଟି ଜାପାନୀ କମ୍ପାନୀ ବିଭିନ୍ନ ପିଏଲ୍‍ଆଇ ଯୋଜନାରେ ସଫଳତାର ସହ ଆବେଦନ କରିଛନ୍ତି।

ଦୁଇ ନେତା ମୁମ୍ବାଇ-ଅହମ୍ମଦାବାଦ ହାଇ ସ୍ପିଡ୍ ରେଳ (ଏମଏଏଚ୍‍ଏସ୍‍ଆର) ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଅଗ୍ରଗତି ବିଷୟରେ ଉଲ୍ଲେଖ କରିଛନ୍ତି ଏବଂ ଏହି ପ୍ରକଳ୍ପ ପାଇଁ ତୃତୀୟ ଦଫାର ଋଣ ପ୍ରଦାନକୁ ସ୍ୱାଗତ କରିଛନ୍ତି। ସେମାନେ ଭାରତ-ପ୍ରଶାନ୍ତ ମହାସାଗରରେ ଥିବା ନିଜସ୍ୱ ଆଭିମୁଖ୍ୟରେ ସମ୍ମିଶ୍ରଣକୁ ଲକ୍ଷ୍ୟ କରିବା ସହିତ ଏକ ମୁକ୍ତ, ଖୋଲା ଏବଂ ଅନ୍ତର୍ଭୂକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃ ପ୍ରମାଣିତ କରିଛନ୍ତି । ଏହି ପରିପ୍ରେକ୍ଷୀରେ, ସେମାନେ କ୍ୱାଡର ସମସାମୟିକ ତଥା ଗଠନମୂଳକ ଏଜେଣ୍ଡା ଯଥା ଟିକା, ଛାତ୍ରବୃତ୍ତି, ଜଟିଳ ପ୍ରଯୁକ୍ତିବିଦ୍ୟା ଏବଂ ଭିତ୍ତିଭୂମିର ଅଗ୍ରଗତିକୁ ସ୍ୱାଗତ କରିଥିଲେ। ଏହି ଗସ୍ତ ସମୟରେ ତାଙ୍କର ତଥା ତାଙ୍କ ପ୍ରତିନିଧିଙ୍କ ସଦସ୍ୟଙ୍କ ପ୍ରତି ଆନ୍ତରିକତା ଏବଂ ଆତିଥ୍ୟ ପାଇଁ ପ୍ରଧାନମନ୍ତ୍ରୀ କିଶିଦାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଧନ୍ୟବାଦ ଅର୍ପଣ କରିଛନ୍ତି । ପରବର୍ତ୍ତୀ ବାର୍ଷିକ ଦ୍ୱିପାକ୍ଷିକ ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ କିଶିଦା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜାପାନ ଗସ୍ତରେ ଆସିବାପାଇଁ ନିମନ୍ତ୍ରଣ କରିଥିଲେ ଯାହା ଆନନ୍ଦରେ ଗ୍ରହଣ କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe