ବିଦେଶରୁ ଫେରି ବରିଷ୍ଠ କ୍ୟାବିନେଟ ମନ୍ତ୍ରୀଙ୍କ ସହ ବୈଠକ କଲେ ମୋଦୀ

Advertisment

ମଣିପୁର ସ୍ଥିତି ସଂକ୍ରାନ୍ତରେ ଅବଗତ ହେଲେ

ମଣିପୁର ସ୍ଥିତି ସଂକ୍ରାନ୍ତରେ ଅବଗତ ହେଲେ

ବିଦେଶରୁ ଫେରି ବରିଷ୍ଠ କ୍ୟାବିନେଟ ମନ୍ତ୍ରୀଙ୍କ ସହ ବୈଠକ କଲେ ମୋଦୀ

ନୂଆଦିଲ୍ଲୀ: ୬ ଦିନିଆ ବିଦେଶ ଗସ୍ତରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବରିଷ୍ଠ କ୍ୟାବିନେଟ ମନ୍ତ୍ରୀମାନଙ୍କ ସହ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଅମିତ ଶାହ, ନିର୍ମଳା ସୀତାରମଣ, ହରଦୀପ ସିଂହ ପୁରୀ ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ। ଏଥିସହିତ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ମଣିପୁରରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ପଦକ୍ଷେପ ଅନ୍ତର୍ଗତ ରାଜ୍ୟକୁ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକୁ ନିଶ୍ଚିତ କରିବା ପାଇଁ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି ମଣିପୁର ସ୍ଥିତି ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅବଗତ କରିଛନ୍ତି। ଗତକାଲି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହ ମଣିପୁର ସ୍ଥିତି ସଂକ୍ରାନ୍ତରେ ଶାହଙ୍କୁ ଅବଗତ କରିବାପରେ ଶାହ ଆଜି ମୋଦୀଙ୍କ ସହ ଏନେଇ ଆଲୋଚନା କରିଛନ୍ତି। ଗତ ଶନିବାର ମଧ୍ୟ ‌ଶାହ ମଣିପୁର ସ୍ଥିତି ସଂକ୍ରାନ୍ତରେ ଏକ ସର୍ବଦଳୀୟ ବୈଠକ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe