ନୂଆଦିଲ୍ଲୀ: ପିଏନ୍ବି ଦୁର୍ନୀତି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରବତାକୁ ନେଇ ଆଜି କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ କଡ଼ା ସମାଲୋଚନା କରିଛନ୍ତି। ମୋଦି ବିଶ୍ୱର ସବୁଠୁ ଦାମୀ ଚୌକିଦାର ବୋଲି ସିବଲ କହିଛନ୍ତି। ଉପା ସରକାର ସମୟରେ ୧.୭୬ ଲକ୍ଷ କୋଟି ଟଙ୍କାର ୨ଜି ଦୁର୍ନୀତି ସମୟରେ ମୋଦି ପତ୍ୟେକ ଦିନ କଂଗ୍ରେସ ବିରୋଧରେ କିଛି ନା’ କିଛି ମନ୍ତବ୍ୟ ଦେଉଥିବାବେଳେ ପିଏନ୍ବି ଦୁର୍ନୀତି ମାମଲାରେ ମୋଦି କିଭଳି ନିରବଦ୍ରଷ୍ଟା ସାଜିଛନ୍ତି ବୋଲି କପିଲ୍ ପ୍ରଶ୍ନ କରିଛନ୍ତି। ଏନେଇ ସେ ମୋଦିଙ୍କ ବିରୋଧରେ ଏଭଳି ଟିପ୍ପଣୀ ଦେଇଛନ୍ତି। ଗତକାଲି ମୋଦି ଇଟି ବୈଶ୍ୱିକ ବାଣିଜ୍ୟ ସମ୍ମିଳନୀରେ ପ୍ରଥମ ଥର ପାଇଁ ପିଏନ୍ବି ଦୁର୍ନୀତି ମାମଲା ନେଇ ମୁହଁ ଖୋଲି କହିଥିଲେ ଯେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ।
ମୋଦି ସବୁଠୁ ମହଙ୍ଗା ଚୌକିଦାର : ସିବଲ
Advertisment
Follow Us