ସୁରକ୍ଷା, ବାଣିଜ୍ୟ, ନିବେଶ ଉପରେ ମୋଦୀ-ମୁସ୍ତଫା ଆଲୋଚନା

ସୁରକ୍ଷା, ବାଣିଜ୍ୟ, ନିବେଶ ଉପରେ ମୋଦୀ-ମୁସ୍ତଫା ଆଲୋଚନା

କାଏରୋ, ୨୫/୬: ଇଜିପ୍ଟ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଏରୋଠାରେ ତାଙ୍କ ପ୍ରତିପକ୍ଷ ମୁସ୍ତଫା ମାଦବୁଲିଙ୍କ ସହିତ ସୁରକ୍ଷା, ବାଣିଜ୍ୟ ଏବଂ ନିବେଶ ସଂପର୍କରେ ଦ୍ବିପାକ୍ଷିକ ସହଯୋଗ ନେଇ ଶନିବାର ଆଲୋଚନା କରିଛନ୍ତି। ଭାରତ ଏବଂ ଇଜିପ୍ଟ ସଂପର୍କ ଆହୁରି ସୁଦୃଢ଼ ହେଉ ଏବଂ ଦୁଇ ଦେଶର ଲୋକ ଏହାଦ୍ବାରା ଉପକୃତ ହୁଅନ୍ତୁ ‌ବୋଲି ମୋଦୀ ଟ୍ବିଟ୍‌ କରି କହିଛନ୍ତି। ତାଙ୍କ ଗସ୍ତ ଦୁଇ ଦେଶ ମଧ୍ୟରେ ସଂପର୍କକୁ ମଜଭୁତ କରିବା ନେଇ ସେ ଦୃଢ଼ ଆଶାବାଦୀ ଥିବା କହିଛନ୍ତି।

କାଏରୋରେ ପହଞ୍ଚିବା ପରେ ‌ପ୍ରଧାନମନ୍ତ୍ରୀ ମୋଦୀ, ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଏବଂ ଏନଏସଏ ଅଜିତ ଡୋଭଲ ଇଜିପ୍ଟ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ଦ୍ବାରା ବରିଷ୍ଠ ମନ୍ତ୍ରୀମାନଙ୍କୁ ନେଇ ଗଠନ ହୋଇଥିବା ଇଣ୍ଡିଆ ୟୁନିଟ୍‌ ସହିତ ଗୋଲଟେବୁଲ ବୈଠକ କରିଥିଲେ। ଏଥିସହିତ ପ୍ରଧାନମନ୍ତ୍ରୀ ଇଜିପ୍ଟର ଗ୍ରାଣ୍ଡ୍‌ ମୁଫତି ଡ ଶକି ଇବ୍ରାହିମ ଅବଦେଲ-କରିମ ଆଲମଙ୍କୁ ଭେଟି ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe