୧୪ରେ ବାରାଣାସୀରୁ ପ୍ରାର୍ଥିପତ୍ର ଦାଖଲ କରିବେ ମୋଦୀ

 ୧୪ରେ ବାରାଣାସୀରୁ ପ୍ରାର୍ଥିପତ୍ର ଦାଖଲ କରିବେ ମୋଦୀ

ନୂଆଦିଲ୍ଲୀ: ଆସନ୍ତା ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ପ୍ରାର୍ଥିପତ୍ର ପତ୍ର ଦାଖଲ କରିବେ। ପ୍ରାର୍ଥିପତ୍ର ଦାଖଲର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ମେ ୧୩ ରେ ସେ ବାରଣାସୀରେ ଏକ ବିଶାଳ ରୋଡ୍ ସୋ କରିବେ। ଏହି ରୋଡସୋରେ ଲକ୍ଷ ଲକ୍ଷ ଲୋକ ସାମିଲ ହେବାର ସମ୍ଭାବନା ରହିଛି । ସୂଚନାଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନରେ ସେ ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ରୋଡ୍ ସୋ ମଧ୍ୟ କରିଥିଲେ।

୨୦୨୪ ଜୁନ୍ ପହିଲାରେ ଶେଷ ପର୍ଯ୍ୟାୟରେ ବାରଣାସୀ ଲୋକସଭା ଆସନ ପାଇଁ ମତଦାନ ହେବ। ସେପଟେ ଦଳ ତରଫରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରାର୍ଥିପତ୍ର ଦାଖଲ ଓ ରୋଡ ସୋ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ଲୋକସଭା ନିର୍ବାଚନରେ ବାରାଣାସୀରୁ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ସେ ବିପୁଳ ବ୍ୟବଧାନରେ ବିଜୟୀ ହୋଇଥିଲେ।

ବାରାଣସୀ ଲୋକସଭା ଆସନ ପାଇଁ ମେ ୭ତାରିଖରୁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହେବ। ଭାରତୀୟ ଜନତା ପାର୍ଟି ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପାଇଁ ଏହି ଆସନରୁ ପ୍ରାର୍ଥୀ କରିଛି। ୨୦୧୪ ପରେ ୨୦୧୯ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କୁ ବାରଣାସୀବାସୀଙ୍କ ଠାରୁ ବିପୁଳ ସମର୍ଥନ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe