ପାକ୍‌ ବାୟୁସୀମା ବ୍ୟବହାର କରିବେନି ମୋଦୀ

Advertisment
ପାକ୍‌ ବାୟୁସୀମା ବ୍ୟବହାର କରିବେନି ମୋଦୀ

bbc.com

ନୂଆଦିଲ୍ଲୀ : ପାକିସ୍ତାନ ଏହାର ବାୟୁସୀମାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନ ଉଡ଼ାଣ ପାଇଁ ଅନୁମତି ଦେବାର ଦିନକ ପରେ ଭାରତ ଏହାର ନିଷ୍ପତ୍ତି ବଦଳାଇ ଦେଇଛି। ମୋଦୀଙ୍କ ବିମାନ ପାକିସ୍ତାନ ବାୟୁସୀମା ଦେଇ ଉଡ଼ାଣ କରିବ ନାହିଁ। କିରଗିଜ୍‌ସ୍ତାନ ସ୍ଥିତ ବିସକେକ୍‌ରେ ଅନୁଷ୍ଠିତ ହେବାକୁ ଥିବା ଏସ୍‌ସିଓ ସମ୍ମିଳନୀରେ ଯୋଗ ଦେବାପାଇଁ ମୋଦୀ ଓମାନ୍‌, ଇରାନ୍‌ ଏବଂ ମଧ୍ୟ ଏସିଆ ଦେଇ ଯିବେ। ଉଲ୍ଲେଖଯୋଗ୍ୟ ମୋଦୀଙ୍କ କିରଗିଜ୍‌ସ୍ତାନ ଗସ୍ତ ଅବସରରେ ପାକିସ୍ତାନର ବାୟୁସୀମାରେ ମୋଦୀଙ୍କ ବିମାନ ଉଡ଼ାଣବାପାଇଁ ଭାରତ ପାକିସ୍ତାନଠାରୁ ଅନୁମତି ମାଗିଥିଲା। ତେବେ ଭାରତ ଶେଷ ମୁହୂର୍ତ୍ତରେ ମୋଦୀଙ୍କ ବିମାନର ଗତିପଥ ବଦଳାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe