୩ ରାଷ୍ଟ୍ର ଗସ୍ତରେ ମୋଦୀ: ବ୍ରାଜିଲ୍‌ରେ ଜି-୨୦ ସମ୍ମିଳନୀ ଉପରେ ଫୋକସ୍‌

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ୩ ରାଷ୍ଟ୍ର ଗସ୍ତରେ  ଅଛନ୍ତି।  ମୋଦୀଙ୍କ ଗସ୍ତ ଅବସରରେ ବ୍ରାଜିଲ ଜି-୨୦ ସମ୍ମିଳନୀ ଉପରେ ଫୋକସ୍‌ ରହିଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ୩ ରାଷ୍ଟ୍ର ଗସ୍ତରେ  ଅଛନ୍ତି।  ମୋଦୀଙ୍କ ଗସ୍ତ ଅବସରରେ ବ୍ରାଜିଲ ଜି-୨୦ ସମ୍ମିଳନୀ ଉପରେ ଫୋକସ୍‌ ରହିଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ...

gjdgdgjdgjdgj

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ୩ ରାଷ୍ଟ୍ର ଗସ୍ତରେ  ଅଛନ୍ତି।  ମୋଦୀଙ୍କ ଗସ୍ତ ଅବସରରେ ବ୍ରାଜିଲ ଜି-୨୦ ସମ୍ମିଳନୀ ଉପରେ ଫୋକସ୍‌ ରହିଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି କାରଣ ଗତବ‌ର୍ଷ ଜି-୨୦ ସମ୍ମିଳନୀର ପରିଚାଳନା କରିଥିବା ଭାରତ ଚଳିତ ଥର ବ୍ରାଜିଲ୍‌ ଏବଂ ଦକ୍ଷିଣ ଆଫ୍ରିକା ସହ ଜି-୨୦ର ପ୍ରମୁଖ ସହଯୋଗୀ ହୋଇଛି। ୫ ଦିନିଆ ଗସ୍ତ ଅବସରରେ ମୋଦୀ ନାଇଜେରିଆ ଏବଂ ଗୁଏନା ମଧ୍ୟ ଗସ୍ତ କରିବେ।  ଏହି ଅବସରରେ ମୋଦୀ ଅନେକ ଦ୍ବିପାକ୍ଷିକ ବୈଠକ ମଧ୍ୟ କରିବେ।

 ବ୍ରାଜିଲ୍‌ରେ ଜି-୨୦ ସମ୍ମିଳନୀ ଉପରେ ଫୋକସ୍‌
 ୧୭ ବର୍ଷ ପରେ ନାଇଜେରିଆ ଗସ୍ତରେ ଭାରତୀୟ ପ୍ରଧାନମନ୍ତ୍ରୀ

ଉଲ୍ଲେଖଯୋଗ୍ୟ, ଦୀର୍ଘ ୧୭ ବର୍ଷରେ ନାଇଜେରିଆକୁ ଏହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଗସ୍ତ। ଅନ୍ୟପକ୍ଷେ ୫ ଦଶନ୍ଧୀ ମଧ୍ୟରେ   ଗୁଏନାକୁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ।  ମୋଦୀ ନଭେମ୍ବର ୧୬-୧୭ରେ ନାଇଜେରିଆରେ ରହିବେ।  ଏହାପରେ   ନଭେମ୍ବର ୧୮-୧୯ ତାରିଖ‌ରେ ଜି-୨୦ ସମ୍ମିଳନୀ‌ରେ ଯୋଗ ଦେବାପାଇଁ ରିଓ ଡେ ଜେନେରୋ ଯିବେ।  ଗସ୍ତ ପୂର୍ବରୁ ମୋଦୀ କହିଛନ୍ତି, ବ୍ରାଜିଲ୍‌ରେ ମୁଁ ଜଣେ ‘ତ୍ରିଧାର (ଜି୨୦ ସଫଳତା ପାଇଁ ଭାରତ-ବ୍ରାଜିଲ-ଦକ୍ଷିଣ ଆଫ୍ରିକାର ମିଳିତ ପ୍ରୟାସ) ସଦସ୍ୟ’ ଭାବେ ୧୯ତମ ଜି-୨୦ ସମ୍ମିଳନୀରେ ଯୋଗ ଦେବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe