ନିଜ ଲକଡାଉନ୍ ଜୀବନଶୈଳୀ ସଂପର୍କରେ କହିଲେ ପ୍ରଧାନମନ୍ତ୍ରୀ; ଘର ମୋର ନୂଆ ଅଫିସ୍, ଇଣ୍ଟରନେଟ୍ ସମ୍ମିଳନୀ କକ୍ଷ

ନିଜ ଲକଡାଉନ୍ ଜୀବନଶୈଳୀ ସଂପର୍କରେ କହିଲେ ପ୍ରଧାନମନ୍ତ୍ରୀ; ଘର ମୋର ନୂଆ ଅଫିସ୍, ଇଣ୍ଟରନେଟ୍ ସମ୍ମିଳନୀ କକ୍ଷ

ନୂଆଦିଲ୍ଲୀ: କରୋନା ସହ ସାରା ଦୁନିଆ ଲଢେଇ କରୁଥିବା ବେଳେ ଭାରତର ପ୍ରଗତଶୀଳ ଯୁବ ବର୍ଗ ଅଧିକ ସୁସ୍ଥ ଓ ସମୃଦ୍ଧ ଭବିଷ୍ୟତ ପାଇଁ ରାସ୍ତା ଦେଖାଇ ପାରିବେ । ମହାମାରୀ କରୋନା ଭୁତାଣୁ ଏବେ କର୍ମଜୀବୀଙ୍କ ଜୀବନଶୈଳୀକୁ ବଦଳାଇ ଦେଇଛି । ରବିବାର ଲିଙ୍କଡ-ଇନରେ ପେସାଦାର ଯୁବବର୍ଗଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, କରୋନା ଯୋଗୁଁ ଘର ଏବେ ନୂଆ କର୍ଯ୍ୟାଳୟ ପାଲଟିଛି ଏବଂ ଇଣ୍ଟରନେଟ୍ ସମ୍ମିଳନୀ କକ୍ଷ।

ଏହି ଆଲୋଚନା କାଳରେ ମୋଦୀ କହିଛନ୍ତି, ତାଙ୍କ ପାଇଁ  ଇଂଟରନେଟ  ପାଲଟିଯାଇଛି ବୈଠକ ଖାନା । ଆଉ ଅଫିସ ଛୁଟି ସମୟରେ ସହକର୍ମୀଙ୍କ ସହ ମଜାମସ୍ତି ତ ଇତିହାସ ହୋଇଯାଇଛି । ଚଳିତ ଶତାବ୍ଦୀର ତୃତୀୟ ଦଶକର ଆରମ୍ଭ ବହୁତ ଓଲଟା ପାଲଟା କରିପକାଇଛି ଏବଂ କରୋନା ଭୂତାଣୁ ପେସାଦାରଙ୍କ ଜୀବନଶୈଳୀ ବଡ ପରିବର୍ତନ ଆଣିଦେଇଛି ।

କେବଳ ଏତିକି ନୁହେଁ, ଏହାଛଡା ନିଜେ ପ୍ରଧାନମନ୍ତ୍ରୀ ମୋଦୀ ଏହି ପରିବର୍ତିତ ପରିସ୍ଥିତିକୁ କିଭଳି ଆପଣେଇ ନେଉଛନ୍ତି ତାହା ମଧ୍ୟ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, କେନ୍ଦ୍ରମନ୍ତ୍ରୀଙ୍କ ସହ ବୈଠକ ମଧ୍ୟ ସେ ଭିଡିଓ କନଫରେନ୍ସରେ କରୁଛନ୍ତି । ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସହ ଫୋନ ଜରିଆରେ ବାର୍ତାଳାପ କରି କାମ କରୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ଲକଡାଉନ୍ ସମୟରେ କିନ୍ତୁ ନିୟମିତ ଯୋଗ କରୁଛନ୍ତି ପ୍ରଧାନମନ୍ତ୍ରୀ।  ଦୀର୍ଘ ଦିନ ହେଲା ଯୋଗ କରିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜୀବନର ଏକ ଅଂଶ ପାଲଟି ଯାଇଛି । ଗତ ମନ୍ କି ବାତ ସମୟରେ କେହି ଜଣେ ତାଙ୍କ ଫିଟନେସର ରୁଟିନ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଶ୍ନ କରିଥିଲେ । ଏହା ପରେ ତାଙ୍କର  ଥ୍ରିଡି ଆନିମେଟେଡ୍ ଯୋଗ ଭିଡିଓ ସେୟାର କରିଥିଲେ ସେ। ଅପଲୋଡ ହୋଇଥିବା ଭିଡିଓଗୁଡିକ ବିଭିନ୍ନ ଭାଷାରେ ରହିଛି ।  ଏହି ଭିଡିଓରେ ମୋଦୀ ଥ୍ରୀଡି ଅବତାରରେ ଭିନ୍ନ ଭିନ୍ନ ଯୋଗାସନ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe